କବିତା: ନୀଳିମା

✍🏾ରଞ୍ଜିତ କୁମାର ସାହୁ

ତୁମେ ମନେ ପଡ଼ ଯେବେ କେବେ ମୋତେ,
ଆକାଶ କଥା ମନେ ପଡି ଯାଏ,
ତୁମର ନାମରେ ତାହାର ରୂପ ରଙ୍ଗ
ସତେକି ଦିଗନ୍ତକୁ ଗଢ଼ି ଥାଏ !

ଭସା ମେଘ ଯେବେ ଉଡ଼େ ତା’ ବୁକୁରେ,
ତୁମ ପଣତ ମୋର ମନେ ପଡ଼େ,
ସ୍ନିଗ୍ଧ ହୁଏ ମନ ତୁମର ସ୍ମୃତିରେ,
ଯେବେ ଧରାରେ ତାହା ଝରି ପଡ଼େ ।

ସ୍ପର୍ଶ କରେ ଯେବେ ଆକାଶକୁ ଘନ,
କେଶ କୁନ୍ତଳର ଆଭାସ ଦିଏ,
ମହକା ମାଟିଟି ଝରା ଆଷାଢ଼ରେ,
ତୁମରି ସୁଗନ୍ଧ ଚୋରାଇ ଥାଏ ।

ଜୀବନର ସ୍ଵାଦ, ସୁଖ ଓ ବିଷାଦ,
ସବୁ ଯେମିତି ତୁମ ପାଖେ ଶେଷ,
ଆଜି ମଧ୍ୟ ଲାଗେ ତୁମ ବିନା ଶୂନ୍ୟ,
ସ୍ଵପ୍ନହୀନ ହୁଏ ମନ ଆକାଶ !

ଯୁକ୍ତରାଷ୍ଟ୍ର ଆମେରିକା
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.