ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗଠାରେ ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନ କଳାହାଣ୍ଡି ଜିଲ୍ଲା ଶାଖା ସଭାପତି ସୁବାଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ପ୍ରନ୍ତିୟ ସଂପାଦକ ଦିପକ ଗୁପ୍ତା, ଉପସଭାପତି ସନ୍ତୋଷ କୁମାର ଅଗ୍ରୱାଲ,ସଂପାଦକ ଶଙ୍କର ଲାଲ ଅଗ୍ରୱାଲ, ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନ ଧର୍ମଗଡ ଶାଖା ସଂପାଦକ କିଶୋର ଅଗ୍ରୱାଲ, ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନ ରୁପ୍ରାରୋଡ ଶାଖା ସଦସ୍ୟ ବିଜୟ କୁମାର ଅଗ୍ରୱାଲ, ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନ ଭବାନୀପାଟଣା ଶାଖା ସଦସ୍ୟ ସଞ୍ଜୟ କୁମାର ସେଠଙ୍କ ଉପସ୍ଥିତିରେ କେଗାଁ ଓ ମହାଲିଙ୍ଗ ଗ୍ରାମର ୨୫ ଜଣଙ୍କୁ ନେଇ ଏକ ମାରୱାଡି ସମ୍ମେଳନ ଶାଖା ଗଠିତ ହୋଇଥିଲା । ଏହାର ସଭାପତି ଭାବେ ପବନ କୁମାର ଅଗ୍ରୱାଲ, ଉପସଭାପତି ପପୁ ଚନ୍ଦ ଅଗ୍ରୱାଲ, ସଂପାଦକ ମନୋଜ ଅଗ୍ରୱାଲ, ସହ ସଂପାଦକ ସତପାଲ ଅଗ୍ରୱାଲ, କୋଷାଧ୍ୟକ୍ଷ ଭାବେ ଅଖିଳ ଅଗ୍ରୱାଲ ଓ ରାଜେଶ ଅଗ୍ରୱାଲ ତଥା ମିଡିଆସେଲ ଭାବେ ରମେଶ କୁମାର ଅଗ୍ରୱାଲଙ୍କୁ ସର୍ବସମ୍ମତି କ୍ରମେ ବଚ୍ଛା ଯାଇଥିଲା ।