ଜୁନାଗଡ଼ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଜୁନାଗଡ଼ ଏନଏସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ସେମାନଙ୍କ ଆବଶ୍ୟକତା ଅନୁସାରେ ହୁଇଲ ଚେୟାର ଓ ଅନ୍ୟାନ୍ୟ ଯନ୍ତ୍ରପାତି ପ୍ରଦାନ କରାଯାଇଛି । ଚକ୍ଷୁ ବିଭାଗ ଚିକିତ୍ସକ ଡା. ନିବେଦିତା ସାହୁ, ମାନସିକ ବିଭାଗର ଡା.ପୁଷ୍ପରାଣୀ ହେମ୍ବ୍ରମ, ଇଏନଟିର ଡା. ପ୍ରଦ୍ୟୁମ୍ନ ପଣ୍ଡା, ଆର୍ଥୋପେଡିକର ଡା. ସୁଶୀଲ ପାଢ଼ୀ ପ୍ରମୁଖ ଡାକ୍ତର ଉପସ୍ଥିତ ରହି ୪୨ ଜଣ ଦୃଷ୍ଟିହୀନ, ୩୬ ଜଣ ମାନସିକ ୬୦ଜଣ ଇଏନଟି ଓ ୧୩୭ ଜଣ ଆର୍ଥପେଡିକ ବ୍ୟକ୍ତିଙ୍କୁ ପରୀକ୍ଷା କରି ପରାମର୍ଶ ଦେବାସହ ନୂତନ ଭାବେ ପରିକ୍ଷା କରାଇଥିବା ଦିବ୍ୟାଙ୍ଗ ମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ସୁବାଶିଷ ମହାନ୍ତି ଓ ତାଙ୍କ ସହ ନିବନ ଚନ୍ଦ୍ର ସାହୁ, ବାଦଳ ପଟ୍ଟନାୟକ, ଲକ୍ଷ୍ୟପତି ପୁଝାରି, ଅପୂର୍ବ ସତନାମୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନାରେ ତଦାରଖ କରିଥିଲେ । ସେହିପରି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର, ଉପାଧକ୍ଷ୍ୟା ହିମାଦ୍ରୀ ନାଏକ, ସମସ୍ତ ପାରିଷଦ ଉପସ୍ଥିତ ରହିଥିଲେ । ସତ୍ୟସାଇ ସେବା ସଂଗଠନର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.