ଉତେଇ ଜଳସେଚନ ପ୍ରକଳ୍ପ ଚାଷୀଙ୍କ ସମସ୍ୟାକୁ ନେଇ ମୁଖ୍ୟ ଯନ୍ତ୍ରୀଙ୍କ ସହ ଯୁବ ନେତା ବାବୁଲି ସ୍ବାଇଁଙ୍କ ଆଲୋଚନା 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଉତେଇ ଜଳସେଚନ ପ୍ରକଳ୍ପ ଅଧିନରେ ଥିବା ଏମ୍.ରାମପୁର ଓ କର୍ଲାମୁଣ୍ଡା ବ୍ଲକର ଚାଷୀ ରବିଚାଷ ପାଇଁ ଜଳଯୋଗାଣ ଦାବି କରିଛନ୍ତି। ଚଳିତ ବର୍ଷ କେନାଲ କାମ ଆରମ୍ଭ ହେବାକୁ ଯାଉଥିବାରୁ ତଳ ମୁଣ୍ଡର ଚାଷୀଙ୍କ ଜମିକୁ ଜଳସେଚନ ବନ୍ଦ ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ସେମାନେ ଚିନ୍ତାରେ ରହିଛନ୍ତି। ପ୍ରଭାବିତ ହେବାକୁ ଥିବା ମ.ରାମପୁର ଓ କର୍ଲାମୁଣ୍ଡାର ୩୦୦ ଚାଷୀ ଗୁରୁବାର ଦିନ ଭବାନୀପାଟଣା ସ୍ଥିତ ତେଳ ଅବବାହିକା ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଥିଲେ। ଯୁବନେତା ସାରଦା ପ୍ରଶନ୍ନ ସ୍ବାଇଁ (ବାବୁଲି ସ୍ବାଇଁ) ଚାଷୀମାନଙ୍କ ସହ ଯାଇ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରି ସମାଧାନର ସୂତ୍ର ବାହାର କରିଥିଲେ। ଆସନ୍ତା ଡିସେମ୍ବର ୧୦ ତାରିଖ ସୁଦ୍ଧା ଉପ ଜିଲ୍ଲାପାଳ, ବିଡ଼ିଓ, ତହସିଲଦାର, କୃଷି ବିଭାଗ ଓ ଚାଷୀମାନଙ୍କୁ ନେଇ ଏକ ସମନ୍ବୟ ବୈଠକ କରାଯିବାକୁ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ତେବେ ଚାଷୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଯୁବନେତା ବାବୁଲି ସ୍ବାଇଁ ମୁଖ୍ୟ ଯନ୍ତ୍ରୀଙ୍କୁ ଭେଟି ସମାଧାନର ପନ୍ଥା ବାହାର କରିଥିବାରୁ ତାଙ୍କୁ ଚାଷୀମାନେ ଧନ୍ୟବାଦ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.