ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମୈତ୍ରୀ କମ୍ପାନୀର ଆମ୍ବୁଲାନ୍ସ ଭେଟି

ଉପକୃତ ହେବେ ୩ଟି ପଞ୍ଚାୟତବାସୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା କାଶିପୁର ବ୍ଳକ ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଘରୋଇ ମୈତ୍ରିୀ ଇନଫ୍ରା ପ୍ରାଇଭଟେ୍ ଲିଃ.ପକ୍ଷରୁ ଏକ ନୂତନ ଆମ୍ବୁଲାନ୍ସ ଗାଡି ପ୍ରଦାନ କରାଯାଇଛି । ଏହି ଅଂଚଳରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଏହି ଆମ୍ବୁଲାନ୍ସଟି ପ୍ରଦାନ କରାଯାଇଛି । ପୂର୍ବରୁ ସୁଙ୍ଗେର, ଅଡାଜର ଓ କେରପାଇ ଗ୍ରାମ ପଂଚାୟତର ଅନେକ ଗ୍ରାମବାସୀ ଏହି ଆମ୍ବୁଲାନ୍ସ ସେବାରେ ଉପକୃତ ହୋଇପାରିବେ । ସୁଙ୍ଗେର ଅଂଚଳରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆମ୍ବୁଲାନ୍ସଟିଏ ନ ଥିବାରୁ ଲୋକେ ନିଜ ଖର୍ଚ୍ଚାନ୍ତରେ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନଚେତ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରାୟଗଡା ଉପରେ ନିର୍ଭର କରି ଚଳିଆସୁଥିଲେ । ବର୍ତମାନ ଅଂଚଳରେ ସ୍ୱାସ୍ଥ୍ୟ ସେବାରେ ରୋଗୀମାନଙ୍କୁ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବା ପାଇଁ ମୈତ୍ରୀ ଇନଫ୍ରା କମ୍ପାନୀର ଅଧ୍ୟକ୍ଷ ଶ୍ରୀନିବାସ ରାଓ ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏହି ଆମ୍ବୁଲାନ୍ସଟି ପ୍ରଦାନ କରିଛନ୍ତି । ସୁଙ୍ଗେର ଠାରେ ଅନୁଷ୍ଠିତ ଏହି ଆମ୍ବୁୂଲାନ୍ସ ପ୍ରଦାନ କାର୍ଯ୍ୟକ୍ରମରେ ସୁଙ୍ଗେର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ.ଅଜିତ ମାଝି, କାଶିପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ, ବ୍ଳକ ଉପାଧ୍ୟକ୍ଷ କୁନି କୁମାରୀ ନାୟକ, ସୁଙ୍ଗେର ସରପଂଚ ପ୍ରମିଳା ଦେଇ ମାଝି, ପର୍ମାସିଷ୍ଟ ଦିଲ୍ଳିପ କୁମାର ଦାସ, ମୈତ୍ରୀ ସଂସ୍ଥାର କର୍ତୁପକ୍ଷ ସିଏଚ.ବୋସ୍ ଓ ଲୋକ ସଂପର୍କ ଅଧିକାରୀ ପୃଷ୍ଟି ଦୂରିଆ ପ୍ରମୁଖ ଯୋଗ ଦେଇଥିବା ବେଳେ ବ୍ଳକ ଉପାଧ୍ୟକ୍ଷ ଶ୍ରୀମତି କୁନି କୁମାରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ କରିଥିବାରୁ ମୈତ୍ରୀ କମ୍ପାନୀକୁ ଧନ୍ୟବାଦ ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.