ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ମାସିକ ବୈଠକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଓଡ଼ିଶାର ଉଚ୍ଚ ବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ ଓଡ଼ିଶା ସରକାରଙ୍କର ଏକ ଅଭିନବ ପ୍ରୟାସ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ମୋ ସ୍କୁଲ ପରିଚାଳନା ସଙ୍ଗଠନ, ଓଡ଼ିଶାଙ୍କ ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ମାସିକ ବୈଠକ ଅନୁଷ୍ଠିତ ହେଉଛି। ସେହି କ୍ରମରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକର ପଞ୍ଚାୟତ ହାଇସ୍କୁଲ ବାଞ୍ଜିପଦର ଠାରେ ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ଷଷ୍ଠ ବ୍ଲକ ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ ଟିଟିଲାଗଡ଼ ଆର୍ତ୍ତତ୍ରାଣ ରଥ ବୈଠକର ସଭାପତିତ୍ବ କରିଥିଲେ। ବାଞ୍ଜିପଦର ହାଇସ୍କୁଲର ପ୍ରଧାନଶିକ୍ଷକ ଟିକେରାମ ବଗର୍ତ୍ତୀଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ବୈଠକରେ ସରକାରୀ ଉଚ୍ଚ ବିଦ୍ୟାଳୟ ଟିଟିଲାଗଡ଼ର ପ୍ରଧାନଶିକ୍ଷକ ପ୍ରବୀର ପଣ୍ଡା, ଟିଟିଲାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁବାଷ ଦାସ ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏଥିରେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ୩୨ଟି ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.