ମନ୍ତ୍ରୀଙ୍କ ବିରୋଧରେ ୬ ଘଣ୍ଟିଆ ବନ୍ଦ ପାଳନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ମଙ୍ଗଳବାର ଦିନ ନୂଆପଡ଼ା ଜିଲ୍ଲା ସଦର ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ମନ୍ତ୍ରୀ ଶ୍ରୀ ଢ଼ୋଲକିଆଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ନୂଆପଡ଼ା ଜିଲ୍ଲା ସ୍ବଭିମାନ ମଞ୍ଚ ପକ୍ଷରୁ ସକାଲ ୬ଟାରୁ ଏହା ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିଲା । ନୂଆପଡ଼ା ସଦର ସ୍କୁଲ, କଲେଜ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏହି ବନ୍ଦରେ କୌଣସି ପ୍ରଭାବ ପଡ଼ି ନାହିଁ। କେବଳ ସଦରର ସମସ୍ତ ଦୋକାନ ବାଜାର, ସରକାରୀ ଅଫିସ ବନ୍ଦ କରିବାକୁ ଡାକାବାଜ ଯନ୍ତ୍ରୀରେ ଲୋକମାନଙ୍କୁ ସଚେତନା କରୁଛନ୍ତି। ଅନ୍ୟପଟରେ ୩୫୩ ନଂ ଜାତୀୟ ରାଜପଥ ଘାସିରାମ ଛକ ଠାରେ ରାସ୍ତା ଅବରୋଧ କରିଥିବା ଫଳରେ ବହୁ ସଂଖ୍ୟା ଯାନବାହନ ଅଟକି ରହିଥିଲା । ଏଥିରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସରୋଜ ସାହୁ, ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ଯୁବ ବିଜେଡି ସଭାପତି ହରିଶଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ମାଝୀ, ସରପଞ୍ଚ ସଙ୍ଘ ସଭାପତି ପ୍ରେମଲାଲ ନାୟକ,ବିଜେଡି ସମ୍ପାଦକ ସୁଧୀର ମିଶ୍ର, କ୍ଷୀରୋଦ ପାଢ଼ୀ, ବିଜେଡି ନେତା ହେମନ୍ତ କର, ନୂଆପଡା ନଗର ଅଧକ୍ଷ ପ୍ରତିନିଧି ଏମ.ଡ଼ି ମୁଜାହିଦ, ସନ୍ତୋଷ ମହାନ୍ତି, ଡମ୍ବରୁ ଘିବେଲା, କ୍ଷୀରୋଦ ସୁନା, ନାରାୟଣ ସାହୁ, ଉମେଶ ସହିସ, ହେମକୁମାର ସାହୁ, କାଉନସିଲର କୁଞ୍ଜ ବାଗ, ହରିଶ ସାହୁ, କ୍ରିଷ୍ଣା ସାହୁ, ଅତିଶ ମଲ୍ଲିକ, ପ୍ରମୁଖ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.