ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବିଧାନ ସଭା ବିଜେଡି ପ୍ରାର୍ଥୀନୀ ମନୋରମା ମହାନ୍ତି ଶନିବାର ପୂର୍ବାହ୍ନରେ କର୍ଲାମୁଣ୍ଡା ଠାରେ କର୍ମୀ ସମ୍ମିଳନୀ କରିବା ପରେ ସଂଧ୍ୟା ୭ ଟା ବେଳେ ସାଇଦଲଙ୍ଗା ଠାରେ ଶ୍ରୀରାମ ନବମୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହିତ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କୁ ଦର୍ଶନ କରାଇଥିଲେ ପରିଚାଳନା କମିଟିର ସଦସ୍ୟ ବୃନ୍ଦ। ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ଟିକେଲାଲ ସାହୁ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟା ନମ୍ରତା ସାହୁ, ମ.ରାମପୁର ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ବିକାଶ ରଞ୍ଜନ ସିଂଦେଓ, ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଯୁବ ନେତୃତ୍ବ ଗୋବିନ୍ଦ ତାଣ୍ଡି, ବିଜୁ ଜନତା ଦଳର କର୍ମକର୍ତ୍ତା ଭବାନୀ ସାହୁ, ପ୍ରଦୀପ ଭାଇ, ସତ୍ୟ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ସାଇଦଲଙ୍ଗା ଗ୍ରାମର ସମସ୍ତେ ତାଙ୍କୁ ଭବ୍ୟ ସ୍ୱାଗତ କରିବା ସହିତ ସହଯୋଗ କରିଥିବାରୁ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ମହାନ୍ତି ସମସ୍ତଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ।