ନୂଆପଡା,୧୨/୩ : ସମାଜ ସଂଗଠନ ନିଜ ଜାତିର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଚେତନାର ଅଭିବୃଦ୍ଧି କରିବାସହ ଅନ୍ୟାନ୍ୟ ଜାତି ସମାଜ ସହ ଉତ୍ତମ ସଂପର୍କର ବାର୍ତ୍ତା ଦେଇଥାଏ । ଏହା ବ୍ୟତିରେକ ଅଧୁନା ସମାଜ ସଂଗଠନ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳକୁ ଗୋଟିଏ ମଞ୍ଚରେ ଉଭା କରାଇ ସାମାଜିକ ସଦଭାବନାର ବିଜୟ ବାନା ଉଡାଇ ଭାରତୀୟ ସଂସ୍କୃତିର ବୀଜ ମନ୍ତ୍ରକୁ ଲୋକ ଲୋଚନକୁ ଆଣିବାର ପ୍ରଚେଷ୍ଠା କରିଥାଏ ।
ଏପରି ଏକ ମନୋରମ ଦୃଷ୍ୟ ଦେଖିବାକୁ ମିଳିଥିଲା ନୂଆପଡା ସ୍ଥିତ ପୋଲିସ ପଡିଆ ଠାରେ ଆୟୋଜିତ ଜିଲ୍ଲା ସାହୁ ସମାଜର ରାଜିମ ଜୟନ୍ତୀ ମହାସମାବେଶ ଅବସରରେ । ଏହି ବିଶାଳ ଆୟୋଜନରେ କଂଗ୍ରେସ ଶାସିତ ରାଜ୍ୟ ଛତିଶଗଡର ଗୃହମନ୍ତ୍ରୀ ମାନ୍ୟବର ତାମ୍ରଧ୍ଵଜ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଜ ଜାତି ସାହୁ ସମାଜର ସର୍ବାଙ୍ଗିନ ଉନ୍ନତି ସହ ପ୍ରଗତୀ ପଥରେ ଆଗେଇ ନେବା ପାଇଁ ଆହ୍ବାନ ଦେଇଥିଲେ । ଏହାସହ ସମସ୍ତ ଜାତି ସହ ସୁସଂପର୍କ ରକ୍ଷାକରି ସହବସ୍ଥାନ କରିବା ପାଇଁ ସାହୁ ସମାଜକୁ ଦିଗଦର୍ଶନ ପ୍ରଦାନ କରିଥିଲେ ।
ସୂଚନା ଯୋଗ୍ୟ ଯେ ୧୦ ତାରିଖ ଦିନ ନିର୍ବାଚନ ଆୟୋଗ ଦ୍ୱାରା ନିର୍ବାଚନ ତାରିଖ ପ୍ରକାଶ ପାଇଛି । ଏପ୍ରିଲ ୧୧ ତାରିଖରୁ ୪ ଟି ପର୍ଯ୍ୟାୟ ରେ ଓଡିଶାରେ ଭୋଟ ଗ୍ରହଣ ହେବାକୁ ସ୍ଥିର ହୋଇ ଥିବା ବେଳେ ନୂଆପଡା ସମେତ ରାଜ୍ୟ ରାଜନୀତି ସରଗରମ ରହିଛି । ପୂର୍ବରୁ ସାହୁ ସମାଜର ରାଜିମ ଜୟନ୍ତୀ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଥିବାବେଳେ ସୋମବାର ଗୋଟିଏ ମଞ୍ଚ ରେ ସମାଜର କର୍ମକର୍ତ୍ତାଙ୍କ ସହ ନୂଆପଡା ବିଜେପି, ବିଜେଡି ଓ କଂଗ୍ରେସ ର ବିଧାୟକ ପାର୍ଥି ଏକତ୍ରିତ ହୋଇ ଥିବାର ଦେଖିବାକୁ ମିଳିଥିଲା । ବିଜେପି ଓଡିଶା ରାଜ୍ୟ ସଭାପତି ତଥା ବର୍ତମାନ ବିଧାୟକ ନୂଆପଡା ବସନ୍ତ କୁମାର ପଣ୍ଡା, ବିଜେପିର ନୂତନ ସଦସ୍ୟ ତଥା ଜିଲ୍ଲା ଓକିଲ ସଂଘ ସଭପତି ପ୍ରସନ୍ନ କୁମାର ପାଢ଼ୀ, ଅବସର ପ୍ରାପ୍ତ ନିର୍ବାହୀ ଅଧିକାରୀ ହୋମସିଂ ମାଝୀ, କଂଗ୍ରେସର ନୂଆପଡା ଜିଲ୍ଲା ସଭାପତି ତଥା ବିଧାୟକ ଆଶାୟୀ ପ୍ରାର୍ଥି ଘାସି ରାମ ମାଝୀ, କଂଗ୍ରେସ ରାଜ୍ୟ ସମ୍ପାଦକ ତଥା ଖରିଆର ବିଧାନସଭା କ୍ଷେତ୍ରରୁ ବିଧାୟକ ଆଶାୟୀ ପାର୍ଥି ଅଧିରାଜ ପାଣିଗ୍ରାହୀ, ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ (ଭୈରବ ସାହୁ ), ବିଜେଡି ଜିଲ୍ଲା ସଭାପତି ତଥା ବିଧାୟକ ଆଶାୟୀ ପାର୍ଥି ରାଜେନ୍ଦ୍ର ଢୋଲକିଆ ସମେତ ପଡୋଷୀ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷା ତଥା ରାଜ୍ୟ ବିଜେପି ଉପସଭାପତି ନମିତା ରାଣୀ ସାହୁ ଗୋଟିଏ ମଞ୍ଚ ରେ ଏକାଠି ବସିବାର ଦେଖିବାକୁ ମିଳିଥିଲା । ଏପରି ଏକ ବିରଳ ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଲୋକ ସାହୁ ସମାଜ ରାଜିମ ଜୟନ୍ତୀ ରେ ଉତ୍ସୁକତାର ସହ ସାମିଲ ହୋଇ ଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୂଆପଡା ବିଧାନସଭା ମଣ୍ଡଳୀରେ ସାହୁ ସମାଜ ଏହି ସମ୍ମେଳନ ମାଧ୍ୟମରେ ଏକ ମଜବୁତ ମୂଳଦୁଆର ପ୍ରତିଷ୍ଠା ଓ ପ୍ରଭାବଶାଳୀ ସମାଜ ରୂପେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ) ଙ୍କ ରିପୋର୍ଟ odiabarta.in
For latest news & views update
Click on bell button and subscribe to notifications.
Like us on facebook 👇
Subscribe us on youtube 👇