ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ସୁନାବେଡା ମୁନିସିପାଲିଟି ଅଧିନସ୍ଥ କୋଡ଼ିଙ୍ଗା ଗ୍ରାମର ସୁକିଆ ଶ୍ୟାମ, ସେମିଲିଗୁଡା ବ୍ଲକ ରାଜୁପୁଟ ପଞ୍ଚାୟତ ଅନ୍ତର୍ଗତ କାଙ୍ଗରା ଗ୍ରାମର ଲଷ୍ମୀ ନନ୍ଦିବାଲି ଏବଂ ସୀତା ନନ୍ଦିବାଲି ସମୁଦାୟ ୩ ଜଣଙ୍କୁ ବିଶାଖାପାଟଣା ମେଡିକାଲ ଓଏସଟିଏଫ ସ୍କିମରେ ସାମିଲ କରି ଉତ୍ତମ ଚିକିତ୍ସା ସୁବିଧା ଯୋଗାଇବାକୁ ଅଣ୍ଟା ଭିଡ଼ିଲେ ରାଜୁପୁଟର ସରପଞ୍ଚ ତଥା ସମାଜସେବୀ ପିତାମ୍ବର କିର୍ଷାନୀ । ସେ ଏହି ଖବର ପାଇବା କ୍ଷଣି ତୁରନ୍ତ ଉକ୍ତ ଗ୍ରାମରେ ପହଞ୍ଚି ରୋଗୀଙ୍କ ସ୍ୱାସ୍ଥ୍ୟ ଖବର ବୁଝି ସେମାନଙ୍କ ଉତ୍ତମ ଚିକିତ୍ସା କରିବା ପାଇଁ ବିଶାଖାପାଟଣା ନେବାକୁ ତତ୍ପରତା ଦେଖାଇ ଅଛନ୍ତି । ସେ ଆଗରୁ ମଧ୍ୟ ଏହିଭଳି ଅନେକ ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବାକୁ ଜିଲ୍ଲା ତଥା ବାହାର ରାଜ୍ୟକୁ ଯାଇ ରୋଗୀଙ୍କ ପାଇଁ ତତ୍ପର ହୋଉଥିବା ଦେଖିବାକୁ ମିଳିଅଛି । ତେବେ ସେ ଏହିଭଳି ସେବା କାର୍ଯ୍ୟ ଜାରି ରଖି ଅଂଚଳବାସୀଙ୍କ ପାଇଁ ଏକ ଉଦାହରଣ ପାଲଟିଅଛନ୍ତି ।