ବୃନ୍ଦାବତୀ ପାଠକଙ୍କ ହାତରେ ବାରବନ୍ଧା ପଞ୍ଚାୟତ

ପଞ୍ଚାୟତ ବାସୀଙ୍କୁ ଜଣାଇଲେ କୃତଜ୍ଞତା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ତ୍ରିସ୍ତରୀୟ ନିର୍ବାଚନରେ ମ.ରାମପୁର ବ୍ଲକର ବାରବନ୍ଧା ସରପଞ୍ଚ ପଦବୀ ମହିଳା ବର୍ଗଙ୍କ ପାଇଁ ଉଦ୍ଧିଷ୍ଠ ରହିଥିଲା । ବୃନ୍ଦାବତୀ ବି ଆଶାୟୀ ରହିଲେ, ଭୋଟରଙ୍କ ପାଖକୁ ଯାଇ, ମନ କିଣିଲେ । ସ୍ୱାମୀ ରାଜେଶ ପାଠକ ନିଜ ଅଞ୍ଚଳରେ ଜଣେ ସମାଜସେବୀ ଭାବରେ ସୁପରିଚିତ, ଯାହାର ପ୍ରତିଦାନ ସ୍ୱରୁପ ନିଜ ଧର୍ମପତ୍ନୀ ବୃନ୍ଦାବତୀଙ୍କ ଉପରେ ଲୋକେ ଆସ୍ଥା ପ୍ରକଟ କଲେ । ଅନ୍ୟ ଦୁଇ ପ୍ରତିଦ୍ୱନ୍ଦୀଙ୍କୁ ଖୁବ୍ ପଛରେ ପକେଇ ସେ ଏହି ପଞ୍ଚାୟତର ସରପଞ୍ଚ ହେଇଛନ୍ତି । ସେ ନିଜର ପ୍ରତିକ୍ରିୟାରେ ଲୋକଙ୍କ ଭରସା ମୋ ଉପରେ ଥିବାରୁ ନିଶ୍ଚିତ ମୁଁ ପଞ୍ଚାୟତର ବିକାଶରେ ସହାୟକ ହେବି ବୋଲି କହିବା ସହିତ ନିଜର କୃତଜ୍ଞତା ପଞ୍ଚାୟତବାସୀଙ୍କୁ ଜ୍ଞାପନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.