ସିଂହପୁର ପଞ୍ଚାୟତର ଦ୍ୱିତୀୟ ସରପଞ୍ଚ ହେଲେ ଉଚ୍ଛବ ପଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଗତ ପଞ୍ଚାୟତ ନିର୍ବାଚନ ବେଳେ ମୋହନଗିରୀଠାରୁ ଅଲଗା ହେଇ ନୂତନ ପଞ୍ଚାୟତ ଗଠିତ ହେଇଥିଲା କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ସିଂହପୁର ଗ୍ରାମ ପଞ୍ଚାୟତ । ତେବେ ଏହି ପଞ୍ଚାୟତର ପ୍ରଥମ ସରପଞ୍ଚ ବିଦ୍ୟାଧର ପାତ୍ର ରହିଥିବାବେଳେ ଏଥର ଦ୍ୱିତୀୟ ସରପଞ୍ଚ ଭାବରେ ବିଜୟୀ ହେଇଛନ୍ତି ଉଚ୍ଛବ ପଧାନ । ନିଜର ସେବା ମନୋଭାବ ତଥା ଲୋଙ୍କ ପ୍ରତି ସର୍ମପିତ କାର୍ଯ୍ୟର ପ୍ରତିଦାନ ସରପଞ୍ଚ ନିର୍ବାଚିତ ହେଇଛନ୍ତି । ଏହି ପଞ୍ଚାୟତର ବିକାଶର ଧାରାରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିବା ସହିତ ଆଗକୁ କିଛି ନୂଆ କରିବାର ସଂକଳ୍ପ ରହିଛି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସିଂହପୁର ଗ୍ରାମପଞ୍ଚାୟତବାସୀଙ୍କୁ ସେ ନିଜ ଉପରେ ଆସ୍ଥା ପ୍ରକଟ କରିଥିବାରୁ ନିଜର କୃତଜ୍ଞତା ଜ୍ଞାପନ କରିବା ସହିତ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.