ଧର୍ମଗଡ,୧୪ /୩ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରର ତିନି ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ନାମ ଆଦିତ୍ୟ ଓ ସେ ଛତିଶଗଡ଼ର ବୋଲି କୁହାଯାଉଛି । ଆହତ ୨ ଜଣଙ୍କ ଘର କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ଅଞ୍ଚଳରେ ବୋଲି ଜଣା ପଡ଼ିଛି ।
ପ୍ରାପ୍ତ ସୂଚନା ଅନୁସାରେ, ଆଦିତ୍ୟ ଧର୍ମଗଡ଼କୁ କିଛି କାମ ପାଇଁ ବାଇକ ଧରି ଆସିଥିଲେ । ସେ କାମ ସାରି ଛତିଶଗଡ଼କୁ ଫେରୁଥିବା ବେଳେ ତିନିଛକ ନିକଟରେ ଗତକାଲି(ବୁଧବାର) ରାତି ପ୍ରାୟ୧୦ଟା ସମୟରେ ଏକ ବାଇକ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ୨ଜଣ ଗୁରୁତରହୋଇଥିଲେ । ଆହତଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଧର୍ମଗଡ଼ ରୁ ଲବଣି ରାଉତ ଙ୍କ ରିପୋର୍ଟ odiabarta.in