ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗରେ ବ୍ୟାପକ ଅନିୟମିତତା ଅଭିଯୋଗ 

ଜୁନାଗଡ,୧୪/୩ : କଳାହାଣ୍ଡି ଜିଲ୍ଲା ଜଳ ଓ ପରିମଳ ବିଭାଗର ମାଳ ମାଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ତେବେ ସରକାର ଜନହିତରେ ଜାରି କରିଥିବା ଯୋଜନାର ପ୍ରକୃତ ଲାଭ ପାଇପାରୁ ନାହାନ୍ତି ଲୋକେ । ସବୁଠି ଚାଲିଛି ଠିକାଦାର ଓ ସରକାରୀ ବାବୁ ମାନଙ୍କ ମଧୁଚନ୍ଦ୍ରୀକା । ଯନ୍ତ୍ରୀ ମାନଙ୍କ ପ୍ରିୟାପ୍ରିତି ତୋଷଣ ସହ ଠିକାଦାର, ନେତା ଓ ସରକାରୀ ବାବୁ ମାନଙ୍କ ଲାଭଖୋର ମନୋବୃତ୍ତି ଯୋଗୁଁ କାର୍ଯ୍ୟ ସବୁରେ ବ୍ୟାପକ ଅନିୟମିତତା ଦେଖାଦେବା ସହ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି ।

ଜୁନାଗଡ ବ୍ଲକରେ ଏହି ବିଭାଗର ଅନେକ ନିର୍ମାଣଧିନ ପ୍ରକଳ୍ପରେ ସୂଚନା ଫଳକ ଲାଗିନାହିଁ । ଫଳରେ ସାଧାରଣ ଜନତା ଏହି କାର୍ଯ୍ୟସବୁର ରୂପରେଖ ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ରହୁଛନ୍ତି । ଏହି କାର୍ଯ୍ୟ ସମୁହରେ ବ୍ୟବହୃତ ହେଉଥିବା ସାମଗ୍ରୀ ଯଥା ; ସିମେଣ୍ଟ, ଛଡ, ମେଟାଲ, ବାଲି ଆଦିର ଭାଗମାପ ଓ ମାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ । ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏହାର ସ୍ଥାୟୀତ୍ବ ସଂପର୍କରେ ସଂଦେହର କୁହେଳିକା ଦେଖାଯିବା ସ୍ବଭାବିକ ବୋଲି ମତ ପ୍ରକାଶ କରନ୍ତି ଜନତା । ତେଣୁ ସଂପୃକ୍ତ କାର୍ଯ୍ୟ ସବୁର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ପାଇଁ ବିଭିନ୍ନ ମହଳରୁ ଦାବି ହେଉଛି ।

ଜୁନାଗଡରୁ ରାକେଶ କୁମାର ବେମାଲଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.