ବିଶ୍ଵନାଥପୁରଠାରେ ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ବାସ୍ଥ୍ୟ ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ବାଧିନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ‘ଆଜାଦି କା ଅମୃତ ମହୋତ୍ସବ’ ପାଳିତ କରୁଛି ସାରା ଦେଶ । ଭାରତ ସରକାରଙ୍କ ପକ୍ଷରୁ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଦେଶର ସମସ୍ତ ବ୍ଲକରେ ‘ଆୟୁଷ୍ମାନ ଭାରତ’ ଯୋଜନା ଅଧିନରେ ଆୟୋଜିତ ହେଉଛି ‘ଗୋଷ୍ଠୀ ସ୍ତରୀୟ ସ୍ବାସ୍ଥ୍ୟ ମେଳା’ । ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଠାରେ ମଧ୍ୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ବିଶ୍ବନାଥପୁର ଭାରତୀୟ ଷ୍ଟେଟ ବ୍ୟାଙ୍କ ପଡ଼ିଆ ପରିସରରେ ସଫଳତାର ସହ ଏହା ସଂପନ୍ନ ହୋଇଯାଇଛି । ଏନେଇ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ଲାଞ୍ଜିଗଡ଼ ଜିଲ୍ଲାପରିଷଦ ସଦସ୍ୟା(୧) ଅଞ୍ଜଳି ମାଝୀ, ଜିଲ୍ଲା ପରିଷଦ ସଦସ୍ୟ(୨) ପରିକ୍ଷିତ ନାଏକ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାକେଶ କୁମାର ସାହୁ, ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୋନାଙ୍ଗା, ଆର.କେ.ଏସ. ସଦସ୍ୟ ରଘୁବୀର ନାଗ, ଗୋବିନ୍ଦ ପ୍ରଧାନୀ, ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ‌ । ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ନିହାର ରଞ୍ଜନ ସାହୁ ସଭାପତିତ୍ବ କରିବା ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ମେଳାରେ ୧୨ ଟି ଷ୍ଟଲ ଖୋଲା ଯାଇ ବିଭିନ୍ନ ରୋଗର ପରୀକ୍ଷା କରାଯାଇଥିଲା । ଶିଶୁ ରୋଗ, ଚକ୍ଷୁ ରୋଗ, କୁଷ୍ଠ ଓ ଯକ୍ଷ୍ମା ରୋଗ, ସ୍ତ୍ରୀ ଓ ପ୍ରସୂତି ସମ୍ବନ୍ଧିତ ରୋଗ ସମେତ ସାଧାରଣ ରୋଗ, କୋଭିଡ ପରୀକ୍ଷା ଓ ଟୀକାକାରଣ ଆଦି ବିଷୟରେ ଚିକିତ୍ସା ଯୋଗାଇଦିଆଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ ସହିତ ପରିଚାଳନାରେ ବିପିଓ ସୁଜିତ୍ ସିଂ କୁମାର, ଜନସ୍ବାସ୍ଥ୍ୟ ଅଧିକାରୀ ଦିବାକର ପ୍ରଧାନଙ୍କ ସମେତ ବିଶ୍ଵନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ ଏବଂ ପିଇଡବ୍ଲୁ ମିଡ଼ିଆ ଆସୋସିଏସନର ସଦସ୍ୟ ମାନେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ଏହି ଅବସରରେ ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରୁ ପନ୍ଦର ଶହରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ଚିକିତ୍ସା ଓ ପରାମର୍ଶ ସେବା ଯୋଗାଇଦିଆ ଯାଇଥିଲା । ବ୍ଲକର ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନେ ଏହି ଅବସରରେ ଉପସ୍ଥିତ ରହିଥିବା ବେଳେ ବ୍ଲକ ଅଞ୍ଚଳର ଆଶା କର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ରହି ରୋଗୀ ମାନଙ୍କୁ ସାମିଲ କରାଇଥିଲେ । କାର୍ଯ୍ୟକ୍ରମରେ ଗୋପାଳ ଦାସ ମହାନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଦିବାକର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.