ସିନାପାଲିରେ ଗଙ୍ଗାଧର ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲିର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ନିମନ୍ତେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଛି । ସମିତିର ସଭାପତି ଯୁବ ଲେଖକ ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଆଗାମୀ ଶ୍ରାବଣ ପୂର୍ଣ୍ଣିମା ଦିନ ହେବାକୁ ଥିବା କବିଙ୍କ ଜୟନ୍ତୀ ପାଇଁ ବିଶଦ ଆଲୋଚନା କରାଯାଇଥିଲା । ଚଳିତବର୍ଷ ଜୟନ୍ତୀ ସଭାରେ ଅତିଥି ଭାବରେ ଓଡିଶା ସରକାରଙ୍କ ମନ୍ତ୍ରୀ ରାଜେଂଦ୍ର ପ୍ରସାଦ ଢୋଲକିଆ, ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବକ୍ତା ପ୍ରଫେସର ବବୃବାହନ ମହାପାତ୍ର, କ୍ରାନ୍ତିକବି ହରିଲାଲ ସାହୁ ପ୍ରମୁଖ ଯୋଗଦେବାକୁ ଥିବା ବେଳେ ଦିନବେଳା କବିତା ଆସର, ଆଲୋଚନା ଏବଂ ସଂଧ୍ଯାରେ ସାରସ୍ୱତ ସଭା ଅନୁଷ୍ଠିତ ହେବ l ପ୍ରସ୍ତୁତି ସଭାକୁ ସମିତିର ସଂପାଦକ ତରୁଣ କୁମାର ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ସମିତିର ଉପଦେଷ୍ଟା ଡମ୍ୱରୁଧର ମେହେର, ଚିନ୍ତାମଣି ସାହୁ, ଲମ୍ୱୋଦର ମେହେର, ତୁଳସୀରାମ ମେହେର, ମୁରଳୀଧର ସା, ନବୀନଚଂଦ୍ର ମେହେରଙ୍କ ସହ ବିଜୟ କୁମାର ଯୋଷୀ, ରୂପେଶ ଚଂଦ୍ର ମେହେର, ଧୃବଚରଣ ପଧାନ, ଲଳିତ କୁମାର ସୁନାରୀ, ରୋହିତ ମେହେର, ଲୋଚନ ମେହେର, ସତ୍ଯବ୍ରତ ଗହୀର, ପ୍ରେମାନନ୍ଦ ମେହେର, ପ୍ରଦ୍ଯୁମ୍ନ କୁମାର ସିଂହ ଚିନ୍ଦା, ନୀଲାଂଚଳ ମେହେର, ମୋହନ ଚରଣ ଦାସ, ନରେଶ କୁମାର ମାଝୀ, ଆଲୋକ କୁମାର ମେହେର, ସାନୁର୍ଯ୍ଯ ମେହେର, କମଲଜିତ ବୈକାର, ଖଗେଶ୍ୱର ମେହେର, ଗୌତମ ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଶିବପ୍ରସାଦ ମେହେର ଧନ୍ଯବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.