ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): “ଯତ୍ନଶୀଳ ମନୁଷ୍ୟ ହିଁ ସର୍ବୋକୃଷ୍ଠ ସୁରକ୍ଷା” ଏହାକୁ ପ୍ରମାଣିତ କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଛନ୍ତି ଇମ୍ଫା ପାରିପାର୍ଶୀକ ଅଞ୍ଚଳ ଗ୍ରାମର ଗ୍ରାମବାସୀ । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଗ୍ରାମରେ ପ୍ରତ୍ୟେକ ଘରେ ପାଦ ପକାଉଛି ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ ଓ କୋଭିଡି-୧୯ । ଇମ୍ଫାର କାର୍ଯ୍ୟ ନିର୍ବାହୀ ଉପସଭାପତି ଶ୍ରୀମାନ ଆଶିଷ ରୟଙ୍କ ମାର୍ଗଦର୍ଶନ ରେ ସୁସ୍ଥ ଜୀବନ ହିଁ ସୁରକ୍ଷିତ ଜୀବନ ଉପରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଇମ୍ଫା ର ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ,ଥେରୁବାଲି ଏକ ସପ୍ତାହ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇଥିଲା ।
ଏହି କାର୍ଯ୍ୟକ୍ରମରେ କୋଲୋନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡକ୍ଟର. ଡି. ଶୈଳଜା, ଡକ୍ଟର ଶୁଭଶ୍ରୀ ଦାସ, ଡକ୍ଟର ରଶ୍ମିପ୍ରଭା ଦାସଙ୍କ ସହିତ ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ଜୋଗମାୟା ସାହୁ ଓ କଳ୍ପଳତା ମହାନ୍ତି ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମକୁ ଇମ୍ଫାର ଉପ-ମହାପ୍ରବନ୍ଧକ (କାର୍ମିକ ଓ ପ୍ରଶାସନିକ) ଶ୍ରୀମାନ କଲୋଳ କୁମାର ନାୟକ ପ୍ରତ୍ୟେକ୍ଷ୍ୟ ତାତ୍ବାବଧାନ ରେ ଓ ବରିଷ୍ଠ ପରିଚାଳକ (ଲୋକସମ୍ପର୍କ ) ଶ୍ରୀମାନ ଶକ୍ତି ପ୍ରସାଦ ପାଣିଗ୍ରାହୀଙ୍କ ନେତୃତ୍ଵରେ ଏକ ସଚେତନତା ଦଳ ବ୍ୟାନର, ପ୍ରଚାର ପତ୍ର ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମକୁ ଶ୍ରୀମାନ ଶରତ କୁମାର ପାଢୀ ସୋଂଯୋଜନା କରିଥିଲେ ଏବଂ ଏଥିରେ ସୁଶ୍ରୀ ମମତା ପୁଲାକା ସରପଞ୍ଚ ଥେରୁବାଲି, ଶ୍ରୀମାନ ନରସିଂହ କିଲାକା ସରପଞ୍ଚ ଖେଦାପଡା, ସୁଶ୍ରୀ ମାଣିକ ପିର୍ବାକା ସରପଞ୍ଚ ଡୁମୁରିଗୁଡାଙ୍କ ସହିତ କେଲିଗୁଡା ସମିତି ସଭ୍ୟା ଶ୍ରୀମତୀ ଆଲମେ କାଡ୍ରାକା ଓ ଥେରୁବାଲି ସମିତି ସାଭ୍ୟା ଶ୍ରୀମତୀ ସାମନ୍ତି ହିକକା ଯୋଗଦେଇ ଏହାର ଭୂୟସୀ ପ୍ରଂଶସା କରିଥିଲେ । ସ୍ଥାନୀୟ ଅଙ୍ଗନୱାଡି କର୍ମୀ ନୟନା କରକରିଆ, କନକଲତା ମିଶ୍ର , ସରୋଜିନୀ ବାଗ, ତାଉଟିଆମା ମେଲକା, ଅଙ୍କି ହିକକା, ମମତା ଅଟକା, ପଦ୍ମିନୀ ହିମିରିକା, ମୁନି କୌସଲ୍ଯା,ଏମ୍ ଲଳିତା କୁମାରି, ବାସନ୍ତୀ ପଣ୍ଡା, ଗାୟତ୍ରୀ ମହାନ୍ତି, ଲାଲୀ ପାଣିଗ୍ରାହୀ, ବାସନ୍ତି ମାଝି ଓ କେ ହେଲେନ ସୁନିତା ଓ ଆଶାକର୍ମୀ ଅନିତା ସାହୁ , ସେବତୀ ଜାକାକା, ହୀରାମଣି ଗାଣ୍ଟା, ସଞ୍ଜୁ ହିମିରିକା, ସୁଶୀଳା ମହାନନ୍ଦିଆ, ଲଳିତା ପେଦେଣ୍ଟି, ମମତା କଣ୍ଡାଗରି ଆଦି ସହଯୋଗ ଯୋଗୁଁ କାର୍ଯ୍ୟକ୍ରମ ସଫଳ ହୋଇ ପାରିଥିଲା । ଏହି ପ୍ରକାର ସଚେତନତା କାର୍ଯ୍ୟକ୍ରମରେ ସକ୍ରିୟ ଭାଗନେଇ ଓ ପ୍ରେରିତ ହୋଇ ଗ୍ରାମବାସୀ ମାନେ ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ଇମ୍ଫା କର୍ତ୍ତୂପକ୍ଷଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ନିଜ ନିଜ ଗ୍ରାମକୁ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ଓ କୋଭିଡି-୧୯ ମୁକ୍ତ କରିବାକୁ ସଂକଳ୍ପ ନେଇଥିଲେ । ସବୁ ମହଲରେ ବଂଶିଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଇମ୍ଫା ର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।