ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ସିନାପାଲି ସ୍ଥିତ ଅଗ୍ରେସନ ଭବନ ଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକଦୃଷ୍ଟି ଖଡ଼ିଆଳ ଆନୁକୂଲ୍ୟରେ ଏସଟିଏସସି ପ୍ରିଭେନ୍ସାନ ଆକ୍ଟ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସିନାପାଲି ବିଡ଼ିଓ ସଦାଶିବ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଏ, ପୁଲିସ ଏଏସଆଇ ପ୍ରଭା କର, ଆଇନଜୀବୀ ବାଣୀ ବଲ୍ଲଭ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଲୋକାଦୃଷ୍ଟି ପ୍ରକଳ୍ପ ସଂଯୋଜକ ଭୁବନେଶ୍ୱର ରାଉତ ପରିଚାଳନା କରିଥିବା ବେଳେ ସିନାପାଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ ଏସଟିଏସସି ଭାଇ ଭଉଣୀ ମାନେ ବହୁ ସଂଖ୍ୟକ ସାମିଲ ଥିଲେ। ଏହି ଅବସରରେ ଏସଟିଏସସି ଆକ୍ଟ କୁ ଆଡଭୋକେଟ ବାଣିବଲ୍ଲଭ ପାଣିଗ୍ରାହୀ ପୁଙ୍ଖାନୁପୁଙ୍ଖ ଭାବେ ଉପସ୍ଥାପନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସିନାପାଲି ଲୋକାଦୃଷ୍ଟି କାର୍ଯ୍ୟାଳୟର ସମସ୍ତ ସ୍ବେଚ୍ଛାସେବୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଲୋକାଦୃଷ୍ଟି କୃଷିବିତ କୃଷ୍ଣ ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ।