ଅଗାଧୁଆ ମଣିଷ ଆମୋଉ ହାଜିଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ଇରାନ: ଇରାନର ଆମୋଉ ହାଜି ସାରା ବିଶ୍ୱରେ ଅପରିସ୍କାର ମଣିଷ ଭାବେ ପରିଚିତ । ୯୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ଏହି ଚର୍ଚ୍ଚିତ ମଣିଷଜଣକ ୬୦ ବର୍ଷ ହେବ ଗାଧେଇ ନାହାନ୍ତି । ଫାର୍ସର ଦେଜଗାହ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ ଘରେ ସେ ବସବାସ କରନ୍ତି । ସ୍ଥାନୀୟ ବାସିନ୍ଦା ତାଙ୍କୁ କିଛି ଖାଇବାକୁ ଦେଇଥାନ୍ତି, ସେଥିରେ ସେ ବଂଚିଥାନ୍ତି । ସେ ପାଣିକୁ ଭୟ କରନ୍ତି । ଗାଧେଇଲେ ରୋଗଗ୍ରସ୍ତ ହୋଇ ମରିଯିବି ବୋଲି ପିଲାବେଳୁ ତାଙ୍କର ଭୟ ରହିଥିଲା । କିଛି ମାସ ତଳେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଜୋର ଜବରଦସ୍ତ ନେଇ ଗାଧେଇଥିଲେ । ତାଙ୍କ ଶରୀରରୁ ଏତେ ମାତ୍ରାରେ ମଇଳା ବାହାରିଥିଲା ଯେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା । ତାଙ୍କ ଜୀବନୀ ଉପରେ ଏକ ଡକ୍ୟୁମେଂଟାରୀ ଫିଲ୍ମ କରାଯାଇଥିଲା । ୨୦୧୩ରେ ଦି ଷ୍ଟ୍ରେଂଜ ଲାଇଫ ଅଫ ଆମୋଉ ହାଜି ରିଲିଜ ହୋଇଥିଲା । ଇରାନ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଧିରେ ଧିରେ ବିଶ୍ୱର ଅନ୍ୟ ଦେଶକୁ ଏହା ବ୍ୟାପିଥିଲା । ଆମୋଉ ପ୍ରଚୁର ଧୂମ୍ରପାନ କରିଥାନ୍ତି । ଏପରିକି ଏକା ଥରକେ ସେ ୪ଟି ସିଗାରେଟ ଟାଣି ପାରନ୍ତି । ଗ୍ରାମବାସୀ ମାନେ ତାଙ୍କ ପାଇଁ ଏକ ଛୋଟ ଘର ନିର୍ମାଣ କରିଥିଲେ । ଅଧିକାଂଶ ସମୟ ସେ ଘର ବାହାରେ ବସି ରହିଥାନ୍ତି । କେବଳ ରାତିରେ ଶୋଇବାକୁ ସେ ଘର ଭିତରକୁ ଯାଇଥାନ୍ତି । ଆମେଉ ବିବାହ କରି ନ ଥିଲେ କି ତାଙ୍କର କୌଣସି ପରିବାର ନ ଥିଲା । ଗ୍ରାମବାସୀ ସର୍ବଦା ତାଙ୍କ ପାଇଁ ଖାଦ୍ୟ ଯୋଗାଇ ଆସୁଥିଲେ । ସେ ମାନସିକ ବିକୃତିଗ୍ରସ୍ତ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇପାରିନି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.