ବିନା ପ୍ରମାଣରେ ସ୍ବାମୀଙ୍କ ମାନହାନୀ କରିବା, ମଦୁଆ, ଚରିତ୍ରହାନୀ ଭଳି କୈାଣସି କଥା କହିବା ଅନ୍ୟାୟ -ହାଇକୋର୍ଟ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ବିନା ପ୍ରମାଣରେ ସ୍ବାମୀଙ୍କ ମାନହାନୀ କରିବା, ମଦୁଆ, ଚରିତ୍ରହାନୀ ଭଳି କୈାଣସି କଥା କହିବା ଅନ୍ୟାୟ । ଏହା ସ୍ମାମୀଙ୍କ ମାନହାନୀ ସହ ନିଷ୍ଠୁରତା ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ  । ଏକ ମାମଲାର ବିଚାର କରି  ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳା ବିନା ପ୍ରମାଣରେ ନିଜ ସ୍ୱାମୀଙ୍କୁ ମଦୁଆ କହି ଗାଳି କରନ୍ତି ବା ତାଙ୍କୁ ଚରିତ୍ରହୀନ ବୋଲି ସନ୍ଦେହ କରି ମାନହାନୀ କାର୍ଯ୍ୟ କରନ୍ତି ତେବେ କୋର୍ଟରେ ଏହା  ନିଷ୍ଠୁରତା ବୋଲି ଧରାଯିବ । ମାମଲା ମୁତାବକ ଜଣେ ମହିଳା ତାଙ୍କର ସ୍ବାମୀଙ୍କୁ ଯିଏ କି ସେନା ଅଧିକାରୀ ଥିଲେ ତାଙ୍କ ନାମରେ ମଦୁଆ ଏବଂ ଚରିତ୍ରହୀନ ଅଭିଯୋଗ ଲଗାଇ ଛାଡପତ୍ର ପାଇଁ ପରିବାର ଅଦାଲତରେ ଆବେଦନ କରିଥିଲେ । ବିନା ପ୍ରମାଣରେ ସ୍ମାମୀଙ୍କ ଉପରେ ଏପରି ଅଭିଯୋଗକୁ ପରିବାର ଅଦାଲତ ମଧ୍ୟ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ତାଙ୍କ  ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳା ଜଣକ ଦାବି କରିଥିଲେ ଯେ ତାଙ୍କ ସ୍ୱାମୀ ଜଣେ ମଦ୍ୟପ ଏବଂ ଚରିତ୍ରହୀନ, ଯେଉଁଥିପାଇଁ ତାଙ୍କୁ ବୈବାହିକ ଜୀବନର ମୈାଳିକ ଅଧିକାର ମଧ୍ୟ ମିଳିନଥିଲା। ଏହାକୁ ନେଇ ତାଙ୍କ ସ୍ମାମୀଙ୍କ ଓକିଲ କହିଥିଲେ ଯେ ମହିଳା ଜଣକ କୌଣସି ପ୍ରମାଣ ବିନା ତାଙ୍କ ସ୍ୱାମୀଙ୍କ ଚରିତ୍ର ସଂହାର କରିବାକୁ ଚେଷ୍ଟା କରିଛନ୍ତି ଏବଂ ସମାଜରେ ତାଙ୍କର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛନ୍ତି  । ଯାହାକୁ ପରିବାର  ଅଦାଲତ ମଧ୍ୟ ମାନିଥିଲେ ।

Omkar Vasthu
Omkar Vasthu

ଜଷ୍ଟିସ୍ ନିତିନ ଜାମଦାର ଏବଂ ଶର୍ମିଲା ଦେଶମୁଖଙ୍କ ଖଣ୍ଡପୀଠ ୫୦ ବର୍ଷୀୟ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ନଭେମ୍ବର ୨୦୦୫ରେ ପୁନେର ଫ୍ୟାମିଲି କୋର୍ଟ ଏହି ରାୟ ଦେଇଥିଲେ । ଯାହାକୁ ମହିଳା ଜଣଙ୍କ ହାଇକୋର୍ଟରେ ଚ୍ୟାଲେଂଜ କରିଥିଲେ । ମହିଳାଙ୍କ ସ୍ୱାମୀଙ୍କ ପକ୍ଷରୁ  ଓକିଲ କହିଥିଲେ ଯେ ମହିଳାଙ୍କର ଏଭଳି ବାରମ୍ବାର ଅଭିଯୋଗ ହେତୁ ତାଙ୍କ ସ୍ମାମୀ ମାନସିକ ସ୍ତରରେ ନିର୍ଯାତିତ ହୋଇଥିଲେ । ଏପରିକି ତାଙ୍କର ଅକାଳ ବିୟୋଗ ଘଟିଥିଲା । କୋର୍ଟ ସ୍ମାମୀଙ୍କ ଓକିଲାଙ୍କ ଯୁକ୍ତିକୁ ଗ୍ରହଣ କରିବା ସହ ମହିଳାଙ୍କ ବ୍ୟବହାର  କ୍ରୁରତା ଭାବରେ ଦେଖାଯାଉଥିବା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଏହି ଅଭିଯୋଗ ଆଣି ଅଧିକାଂଶ ମହିଳା ତାଙ୍କ ସ୍ମାମୀଙ୍କ ଠାରୁ ଦୂରରେ ରହିବାକୁ ଅଦାଲତଙ୍କୁ ଯାଉଛନ୍ତି । କିନ୍ତୁ ଏହାର ପ୍ରମାଣ ସେମାନେ କୋର୍ଟରେ ଦେଖାଇପାରୁନଥିବା ଅନେକ ସମୟରେ ପ୍ରମାଣିତ ହେଉଛି ।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.