କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ: ପ୍ରଥମ ମ୍ୟାଚରେ ଟିଟିଲାଗଡ଼କୁ ହରାଇ ଦାଦପୁର ବିଜୟୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଚିନାବାଡ଼ି ପଡିଆ ଠାରେ ଲଷ୍ମୀନାରାୟଣ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ତୃତୀୟ କର୍ଲାମୁଣ୍ଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଘାଟିତ ହୋଇଯାଇଛି । ଆଜିର ଉଦଘାଟନୀ ମ୍ୟାଚ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଓ କଳାହାଣ୍ଡି ଜିଲ୍ଲାର ଦାଦପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଦାଦପୁର ଦଳ ୧-୦ ଗୋଲରେ ଟିଟିଲାଗଡ଼ ଦଳକୁ ପରାସ୍ତ କରି ସେମି ଫାଇନାଲକୁ ଉତୀର୍ଣ୍ଣ ହୋଇଛି । ଆଜିର ମ୍ୟାଚକୁ ଲଳିତ ସାହୁ ପରିଚାଳନା କରିଥିବା ବେଳେ ପିଙ୍କୁ ଚନ୍ଦନ, ଦିନେଶ କୁମାର ଲାଇନରେ ସହଯୋଗ କରିଥିଲେ । ଏହି ଉଦଘାଟନ ମ୍ୟାଚରେ କର୍ଲାମୁଣ୍ଡା ବ୍ଲକ ଉପାଧକ୍ଷ ସୁରେନ୍ଦ୍ର ଭୋଇ, ସରପଞ୍ଚ ସ୍ଵର୍ଣ୍ଣଲତା ସାହୁ, ନାଏବ ସରପଞ୍ଚ ରାଧେଶ୍ୟାମ ବାଗ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଟିମ ମେନେଜର ଦୁର୍ଲ୍ଲଭ ମେହେର, ଉପସଭାପତି ମୁକେଶ ସାହୁ ଓ ଅନ୍ୟ ସଦସ୍ୟ ସହଯୋଗ କରିଥିଲେ । ଗୁରବର ଦିନ ମ୍ୟାଚ ବଲାଙ୍ଗୀରର ଫୌଜୀ କ୍ଲବ ଓ କଳାହାଣ୍ଡି ଜିଲ୍ଲାର ଚିଚର୍ଲା ମଧ୍ୟରେ ଅନୁଷ୍ଠିତ ହେବବୋଲି ଆୟୋଜକ କମିଟିର ସଭାପତି ନନ୍ଦିକିଶୋର ଭୋଇ ଓ ସମ୍ପାଦକ ଡୋଳାମଣି ଭୋଇ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.