ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଧଉଁରାଭଟା ଠାରେ ସାବୁନ ବ୍ୟାଙ୍କ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଧଉଁରାଭଟାଠାରେ ସାବୁନ ବ୍ୟାଙ୍କ୍ ଉଦଘାଟିତ ହୋଇଯାଇଛି । ଗୋଟିଏ ସୁସ୍ଥ ଜୀବନ ଜାପାନ ପାଇଁ ସ୍ବଚ୍ଛତାର ଭୁମିକା ବହୁତ ଗୁରୁତ୍ୱପୂର୍ଣ୍ଣ । ପିଲାଟି ଦିନରୁ ଯଦି ଜଣେ ବ୍ୟକ୍ତିକୁ ଏହାର ଶିକ୍ଷା ଦିଆଯାଏ ଓ ସଚେତନତା କରାଯାଏ ତାହେଲେ ତାର ପରବର୍ତ୍ତୀ ଜୀବନରେ ଏକ ସୁସ୍ଥ ଜୀବନ ଜାପାନ କରିପାରିବ । ଏହାକୁ ଦୃଷ୍ଟିରେ ରଖି ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଧଉଁରାଭଟା, ଲାଞ୍ଜିଗଡ଼ରେ ସାବୁନ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ସମାରୋହରେ ସାମିଲ ହୋଇଛନ୍ତି । ଏହି ଅବସରରେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ କ୍ଷିରେଶ୍ଵର ପ୍ରଧାନ, ସ୍ବଛତା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ସଚେତନତା କରାଇଥିଲେ । ବିଦ୍ୟାଳୟର ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ବିଭାଗର ପରିଚାଳନା ଦାୟିତ୍ଵରେ ଥିବା ଶିକ୍ଷକ ଅଜୟ ଠାଲେଇ ଓ ଶିକ୍ଷୟିତ୍ରୀ ସନୋମ ସୁହାସିନି ସାବୁନ ବ୍ୟାଙ୍କର ଉଦଘାଟନ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଇଂରାଜୀ ଶିକ୍ଷକ ବିବେକାନନ୍ଦ ସାହୁ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.