ଦୁଲକିବନ୍ଧ ଦୁର୍ଗା ମନ୍ଦିର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ମୋଟେର-ଜୟପାଟଣା ମୁଖ୍ୟ ରାସ୍ତାର ଦୁଲକିବନ୍ଧ ଦୁର୍ଗା ମନ୍ଦିର ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହେଇଛନ୍ତି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବା ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Omkar Vasthu
Omkar Vasthu

ସୁଚନା ଅନୁସାରେ ଦୁଲକିବନ୍ଧ ଗ୍ରାମର ତିଲ ରାଉତ ନାମକ ବ୍ୟକ୍ତି ନିଜ ୪ ବର୍ଷର ଶିଶୁ ପୁତ୍ର ସିଦ୍ଧୁଙ୍କ ଚିକିତ୍ସା କରି ଜୟପାଟଣା ପଟରୁ ନିଜ ଦୁଲକିବନ୍ଧ ସ୍ଥିତ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ ଯୋଗେ ପିଙ୍କୁ ଶବର ନାମକ ଶିକ୍ଷକ ବିଜମରା ଠାରେ ଥିବା ନିଜ ଘରକୁ ଫେରୁଥିବା ସମୟରେ ଦୁଲକିବନ୍ଧ ଦୁର୍ଗା ମନ୍ଦିର ନିକଟରେ ଦୁଇ ଜଣଙ୍କ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେଇଥିଲା । ଦୁଇଟି ବାଇକ୍ ରେ ଥିବା ୩ଜଣ ଛିଟିକି ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ତିଲ ରାଉତଙ୍କ ମୃତ୍ୟୁ ହେଇଥିବା ବେଳେ ସିଦ୍ଧୁ ଏବଂ କ୍ଷେତ୍ରମୋହନ ଶବର (ପିଙ୍କୁ)ଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.