ଆସନ୍ତାକାଲିଠୁ ବିଭିନ୍ନ ରାଜ୍ୟର ଗୃହ ମନ୍ତ୍ରୀଙ୍କୁ ନେଇ ‘ଚିନ୍ତନ ଶିବିର’

ଓଡ଼ିଆ ବାର୍ତ୍ତା/ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦୁଇ ଦିନିଆ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ଆୟୋଜିତ ହେଉଛି। ହରିୟାଣାର ସୁରଜକୁଣ୍ଡରେ ଏହି ବୈଠକ ବସିବାକୁ ଯାଉଛି। ଏହି ବୈଠକର ଅଧ୍ୟକ୍ଷତା କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଯୋଡ଼ି ହୋଇ ଚିନ୍ତନ ଶିବିରକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Omkar Vasthu
Omkar Vasthu

ଏହି ଦୁଇ ଦିନିଆ ଚିନ୍ତନ ଶିବିରରେ ସମସ୍ତ ରାଜ୍ୟର ଗୃହ ମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଉପରାଜ୍ୟପାଳ ଏବଂ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ। ରାଜ୍ୟର ଗୃହ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ ଏବଂ କେନ୍ଦ୍ରୀୟ ପୁଲିସ୍ ସଙ୍ଗଠନର ମହାନିର୍ଦ୍ଦେଶକ ମଧ୍ୟ ଚିନ୍ତନ ଶିବିରରେ ଯୋଗ ଦେବେ।

Pearl dental clinic
Near Ashish Medical Store, Bhawanipatna

ଦୁଇ ଦିନିଆ ଏହି ଚିନ୍ତନ ଶିବିରର ଉଦ୍ଦେଶ୍ୟ ହେଉଛି ‘‘ଭିଜନ୍ 2047’’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବତନ୍ତ୍ରତା ଦିବସ ଭାଷଣରେ ଘୋଷିତ ‘ପଞ୍ଚ’ପ୍ରାଣର କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା।

Udyog Nursery
Udyogi Nursery

ଗୃହ ମନ୍ତ୍ରୀଙ୍କ ଚିନ୍ତନ ଶିବିରରେ ସାଇବର ଅପରାଧ ପରିଚାଳନା ପାଇଁ ଇକୋ-ସିଷ୍ଟମ ବିକଶିତ କରିବା, ପୁଲିସ୍ ବଳର ଆଧୁନିକିକରଣ, ଆପରାଧିକ ନ୍ୟାୟ ପ୍ରଣାଳୀରେ ଆଇ.ଟିର ବଢ଼ୁଥିବା ବ୍ୟବହାର, ଭୂମି ସୀମା ପରିଚାଳନା ଏବଂ ଉପକୂଳ ସୁରକ୍ଷା ଏବଂ ଅନ୍ୟ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ବନ୍ଧିତ ବିଷୟରେ ଚିନ୍ତନ କରାଯିବ।

ବର୍ଷ ‘2047 ସୁଦ୍ଧା ବିକଶିତ ଭାରତ’ର ଲକ୍ଷ୍ୟକୁ ପ୍ରାପ୍ତ କରିବା ପାଇଁ ନାରୀ ଶକ୍ତିର ଭୂମିକା ମହତ୍ତ୍ବପୂର୍ଣ୍ଣ ଅଟେ ଏବଂ ଚିନ୍ତନ ଶିବିରରେ ଦେଶର ମହିଳାଙ୍କ ସୁରକ୍ଷା ଏବଂ ତାଙ୍କ ପାଇଁ ସୁରକ୍ଷିତ ପରିବେଶ ସୃଷ୍ଟି କରିବାରେ ବିଶେଷ ଗୁରୁତ୍ବ ପ୍ରଦାନ କରାଯିବ। ଶିବିରର ଉଦ୍ଦେଶ୍ୟ ଉପରୋକ୍ତ କ୍ଷେତ୍ରରେ ରାଷ୍ଟ୍ରୀୟ ନୀତି ନିର୍ମାଣ ଏବଂ ଉନ୍ନତ ଯୋଜନା ଏବଂ ସମନ୍ବୟକୁ ସୁଗମ କରିବା ଅଟେ।

ଚିନ୍ତନ ଶିବିରରେ ଛଅଟି ଅଧିବେଶନରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବ। ଶିବିରର ପ୍ରଥମ ଦିନ ହୋମ ଗାର୍ଡ଼, ନାଗରିକ ସୁରକ୍ଷା, ଅଗ୍ନିରୁ ସୁରକ୍ଷା ଏବଂ ଶତ୍ରୁ ସମ୍ପତ୍ତି ଆଦି ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବିଚାର-ବିମର୍ଷ କରାଯିବ। ଦ୍ବିତୀୟ ଦିନ ସାଇବର ସୁରକ୍ଷା, ମାଦକ ଦ୍ରବ୍ୟର ଚୋରା ଚାଲାଣ, ମହିଳା ସୁରକ୍ଷା ଏବଂ ସୀମା ପରିଚାଳନା ପରି ଅନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.