କଂଗ୍ରେସ ସଭାପତି ଖଡଗେଙ୍କ ନୂତନ ଷ୍ଟିଅରିଂ କମିଟିରେ ସାମିଲ୍ ହେଲେ ଭକ୍ତ ଚରଣ ଦାସ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): ଅଖିଳ ଭାରତୀୟ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନୂତନ ଷ୍ଟିଅରିଂ କମିଟିରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ । କଂଗ୍ରେସକୁ ଶଶକ୍ତ କରିବା ଦିଗରେ ଭକ୍ତ ଦାସ ନିଜ ପ୍ରୟାସ ଜାରି ରଖିଛନ୍ତି । କଳାହାଣ୍ଡିର ବରପୁତ୍ର ଭକ୍ତ ଚରଣ ଦାସ ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଭକ୍ତ ଦାସ ବିହାର, ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଅଛନ୍ତି । ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଅଖିଳ ଭାରତୀୟ କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ମଲ୍ଲିକାର୍ଜୁନ ଖଡଗେ ତାଙ୍କର ନୂତନ ଷ୍ଟିଅରିଂ କମିଟିରେ ଶ୍ରୀ ଦାସଙ୍କୁ ସାମିଲ କରିଛନ୍ତି । ଏହି ଖବର ପ୍ରଚାରିତ ହେବାପରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ସହ ଜିଲ୍ଲାର ବିଭିନ୍ନ ମହଲରୁ ଶ୍ରୀ ଦାସଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.