ଝାରସୁଗୁଡା ଗଲେ କଳାହାଣ୍ଡିର ୭ କରାଟେ ପ୍ରତିଯୋଗୀ, ଡ଼ିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ନେବେ ଭାଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଝାରସୁଗୁଡା ଠାରେ ଆସନ୍ତା ୨୮ ଅକ୍ଟୋବର ୨୦୨୨ ରୁ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଡିଏଭି ରାଜ୍ୟ ସ୍ତରୀୟ କରାଟେ ପ୍ରତିଯୋଗିତାରେ ଭାଗ ନେବାକୁ କଳାହାଣ୍ଡି ଜିଲ୍ଲାର ୭ ଜଣ କରାଟେ ପ୍ରତିଯୋଗୀ ଆଜି ଝାରସୁଗୁଡା ଗସ୍ତ କରିଛନ୍ତି । ଏହି ପ୍ରତିଯୋଗୀମାନେ ହେଉଛନ୍ତି ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଇଣ୍ଟରନେସନାଲ ସ୍କୁଲର ବାଳକ ବିଭାଗର ଛାତ୍ର ହିତେସ କୁମାର ମହାଖୁଡ଼, କିରନ ବେମାଲ, ଲୋକେଶ କୁମାର ମହାଖୁଡ଼ ଓ ଶକ୍ତିସ୍ଵରୂପ ନାୟକ ରହିଥିବା ବେଳେ ବାଳିକା ବିଭାଗରେ ଅର୍ପିତା ବାଡ଼ତିଆ, ରୋଜାଲିନି ଲେଙ୍କା ଓ ଅଦ୍ୟାସା ପ୍ରିୟଦର୍ଶୀ ଦାସ । ଏମାନେ ଆଜି ଗୁରୁବାର ଝାରସୁଗୁଡା ଗସ୍ତ କରିଛନ୍ତି । ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ପକ୍ଷରୁ ଏହି କରାଟେ ପ୍ରଶିକ୍ଷଣ ଶିବିର ଚାଲି ଆସୁଥିବା ବେଳେ କରାଟେ କୋଚ୍ କ୍ଷମାନିଧି ମହାଖୁଡ଼ ତାଲିମ ପ୍ରଦାନ କରୁଛନ୍ତି ।ଆଜି କୋଚ୍ ଶ୍ରୀ ମହାଖୁଡ଼ ଏବଂ ଡିଏଭି ବେଦାନ୍ତ ପବ୍ଲିକ ସ୍କୁଲ ଶିକ୍ଷକ ନରେନ୍ଦ୍ର ପ୍ରସାଦଙ୍କ ସହିତ ଏହି ପ୍ରତିଯୋଗୀମାନେ ରାଜ୍ୟସ୍ତରିୟ ପାଇଁ ଗସ୍ତ କରିଛନ୍ତି । ଏହି ଖେଳାଳିମାନେ ଲାଞ୍ଜିଗଡ ବେଦାନ୍ତ ଆଲୁମିନା ଓ ଡିଏଭି ବେଦାନ୍ତ ପବ୍ଲିକ ସ୍କୁଲ ସହଯୋଗୀତାରେ ରାଜ୍ୟ ସ୍ତରୀୟ ଡିଏଭି କରାଟେ ପ୍ରତିଯୋଗିତା ପାଇଁ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ଖେଳାଳିଙ୍କୁ ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଡ଼ିଏଭି ବେଦାନ୍ତ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା, ବେଦାନ୍ତ ସିଏସଆର ଦିଲ୍ଲୀପ ପ୍ରଜାପତି ଓ ଅଭିନବ ପ୍ରତାପ, କଳାହାଣ୍ଡି ଉତ୍କଳ କରାଟେ ସ୍କୁଲ ଚିପ୍ ଟେକନିକାଲ ଡ଼ାଇରେକ୍ଟର ସେନସେଇ ସୁରେଶ ଜାଲ ଯାଦବ ଖେଳାଳି ଓ କୋଚଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.