ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ନଭେମ୍ବର ୩ରୁ ଶ୍ରୀରାମ ଚରିତ କଥା ମାନସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପରମ ପବିତ୍ର ରାମକଥା ଶ୍ରବଣ କରିବେ ରୁପ୍ରାରୋଡ ଅଞ୍ଚଳବାସୀ । ଏଥିପାଇଁ ପ୍ରସ୍ତୁତି ଜୋର୍ ସୋରରେ ଚାଲିଛି । ଆସନ୍ତା ନଭେମ୍ବର ୩ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଶ୍ରୀ ଆଶୀର୍ବାଦଜୀ ମହାରାଜଙ୍କ ଦ୍ୱାରା ଶ୍ରୀ ରାମ ଚରିତ ମାନସ କଥାମୃତ ପରିବେଷିତ ହେବ । ପ୍ରତହ୍ୟ ଅପରାହ୍ନ ୪ଘଣ୍ଟାରୁ ରାତ୍ର ୭ଘଣ୍ଟା ପର୍ଯ୍ୟନ୍ତ ରାମ କଥା ଶୁଣାଇବେ ଆଶିର୍ବାଦଜୀ ମହାରାଜ । ସପ୍ତାହ ବ୍ୟାପୀ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ରାମ ମହିମା ଏବଂ ଶିବ ପାର୍ବତୀ ସମ୍ବାଦ, ଦ୍ୱିତୀୟ ଦିବସରେ ଶ୍ରୀ ରାମ ଜନ୍ମଉତ୍ସବ, ତୃତୀୟ ଦିବସରେ ଶ୍ରୀ ରାମ ଜାନକୀ ବିବାହ, ଚତୁର୍ଥ ଦିବସରେ ଶ୍ରୀ ରାମଙ୍କ ବନବାସ, ପଞ୍ଚମ ଦିବସରେ କୈବର୍ତ୍ତ ପ୍ରସଙ୍ଗ, ଷଷ୍ଠ ଦିବସରେ ସୁନ୍ଦର କାଣ୍ଡ, ଏବଂ ଶେଷ ଦିବସରେ ଶ୍ରୀ ରାମ ଚନ୍ଦ୍ରଙ୍କ ରାଜ୍ୟାଭିଷେକ ଭକ୍ତଙ୍କୁ ପ୍ରବଚନ ମାଧ୍ୟମରେ ଶୁଣାଇବେ ପ୍ରଶିଦ୍ଧ କଥାବାଚକ ଆଶିର୍ବାଦଜୀ ମହାରାଜ ବୋଲି ମନ୍ଦିର ପରିଚାଳନା କମିଟି ଏବଂ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତଃ ଡ଼ଃ ସାଧୁ ରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନୀଲ ଅଗ୍ରୱାଲ । ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ବାର ମାସରେ ତେର ପର୍ବ ଆୟୋଜିତ ହୋଇଥାଏ । ଏହାସହ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଆସୁଛି । ପୂର୍ବରୁ ଶ୍ରୀ ଆଶୀର୍ବାଦଜୀ ମହାରାଜ ଜଗନ୍ନାଥ ମନ୍ଦିର ରେ ରାମ କଥା ଶୁଣାଇଛନ୍ତି । ତେଣୁ ସେ ପୁନର୍ବାର ଆସୁଥିବା ଖବର ଜଣା ପଡିବା ପରେ ସ୍ଥାନୀୟ ଅଞ୍ଚଳ ବାସିଙ୍କ ମଧ୍ୟରେ ପ୍ରବଳ ଉତ୍ସହ ଉଦ୍ଦୀପନା ଦେଖି ବାକୁ ମିଳୁଛି । ଏହି ସପ୍ତାହବ୍ୟାପୀ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଯୋଗଦେଇ ରାମ କଥା ଶ୍ରବଣ କରିବାକୁ ଜଗନ୍ନାଥ ମନ୍ଦିର କମିଟିର ସମସ୍ତ ସଦସ୍ୟ ଅନୁରୋଧ କରୁଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.