ନେଦରଲାଣ୍ଡସକୁ ସହଜରେ ହରାଇଲା ଭାରତ

ଓଡ଼ିଆ ବାର୍ତ୍ତା/ ସିଡନୀ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସୁପର ୧୨ ପର୍ଯ୍ୟାୟରେ ନେଦରଲାଣ୍ଡସକୁ ୫୬ ରନରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ ସହ ସେମିଫାଇନାଲ ପ୍ରବେଶ ଆଶାକୁ ଆହୁରି ମଜଭୁତ କରିଛି । ଏହି ମ୍ୟାଚରେ କେଏଲ ରାହୁଲଙ୍କ ବ୍ୟତୀତ ଟପ ଅର୍ଡର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୨ ୱିକେଟ ହରାଇ ୧୭୯ ରନ କରିଥିଲା । ରାହୁଲ ୯ରନ ଆଉଟ ହୋଇଥିବା ବେଳେ ବିରାଟ କୋହଲି(୬୨ ନଟଆଉଟ), ରୋହିତ ଶର୍ମା (୫୩) ଓ ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ୫୧ ରନ ସଂଗ୍ରହ କରିଥିଲେ । ୧୮୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନେଦରଲାଣ୍ଡସ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୨୩ ରନ କରିବାକୁ ସକ୍ଷମ ହୋଇଥିଲା । ଟିମ ପିଙ୍ଗଲ ସର୍ବାଧିକ ୨୦ ରନ କରିଥିବା ବେଳେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଭାରତୀୟ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଭୁବନେଶ୍ୱର କୁମାର, ଅର୍ଶଦୀପ ସିଂ, ଅକ୍ଷର ପଟେଲ ଓ ରବିଚନ୍ଦ୍ରନ ଅଶ୍ୱୀନ ୨ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ବିସ୍ଫୋରକ ବ୍ୟାଟିଂ ପାଇଁ ସୂର୍ଯ୍ୟକୁମାରଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚନା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.