ମାଟିଆ ହାଇସ୍କୁଲକୁ 5T ରେ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଲେ ଡ. ଭବାନୀ ଶଙ୍କର ନିଆଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପଞ୍ଚାୟତ ହାଇସ୍କୁଲ ମାଟିଆକୁ ଅତିଶୀଘ୍ର ଫାଇବ୍-ଟି ରେ ସାମିଲ କରିବାପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ପରିଷଦ ସଦସ୍ୟ ଡ. ଭବାନୀ ଶଙ୍କର ନିଆଲ । ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଏହା ଗୋଟିଏ ବହୁତ ପୁରାତନ ହାଇସ୍କୁଲ । ଏହା ୧୯୮୯ରେ ପ୍ରତିଷ୍ଠା ହୋଇ ଗତ ୧୦ବର୍ଷ ଭିତରେ ପାସ ଆଉଟ ୭୦% ଆଉ ଏଠାରେ ୭ଟି ଆର.ସି.ସି ବିଲଡିଂ ରହିଥିବା ସ୍ଥଳେ ୪ ଏକର ଜମି ତାଙ୍କର ରେଜିଷ୍ଟ୍ରି ପଟ୍ଟା ଅଛି । ଏହି କ୍ରମରେ ଏହାକୁ ଫାଇବ୍-ଟି ରେ ଅନ୍ତର୍ଭୁକ୍ତ କରିବା ପାଇଁ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ. ଭବାନୀ ଶଙ୍କର ନିଆଲ ଜିଲ୍ଲାପାଳ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ଦାବୀ ପତ୍ର ଜଣାଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.