ଡିଏଭି ରାଜ୍ୟ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ କଳାହାଣ୍ଡିର ୬ ପ୍ରତିଯୋଗୀଙ୍କ ତାଳଚେର ଗସ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଅନୁଗୁଳ ଜିଲ୍ଲା ତାଳଚେରର ଡିଏଭି କଳିଙ୍ଗ ପବ୍ଲିକ ସ୍କୁଲ ଠାରେ ଅକ୍ଟୋବର ୨୮ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଡିଏଭି ରାଜ୍ୟ ସ୍ତରୀୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ପବ୍ଲିକ ସ୍କୁଲର ୬ ଜଣ ପ୍ରତିଯୋଗୀ ଗସ୍ତ କରିଛନ୍ତି । ଏମାନଙ୍କ ମଧ୍ୟରେ ବାଳକ ବିଭାଗରେ ଓମ୍ ପ୍ରକାଶ ମାଝୀ, କ୍ଷୀରୋଦ କୁମାର, ରାଜୀବ ପାତ୍ର ରହିଥିବା ବେଳେ ବାଳିକା ବିଭାଗରେ ସଙ୍ଗୀତା ମାଝୀ, କଳ୍ପିତା ପ୍ରଧାନ ଓ ଲିପା ଭେଙ୍କେଟା ଶ୍ରୀ ପୁଜିତା ରହିଛନ୍ତି । ଡିଏଭି ବେଦାନ୍ତ ପବ୍ଲିକ ସ୍କୁଲ ଖେଳ ଶିକ୍ଷକ ଦୁଷ୍ମନ୍ତ ମାଝୀ ଓ କୋଚ୍ ଶୀମାଞ୍ଚଜ କାଟ୍ରାକାଙ୍କ ନେତୃତ୍ୱରେ ଏହି ପ୍ରତିଯୋଗୀମାନେ ଗସ୍ତ କରିଥିବା ବେଳେ ଶୀମାଞ୍ଚଜ ଲାଞ୍ଜିଗଡ ଓ ଡ଼ିଏଭି ବେଦାନ୍ତ ପବ୍ଲିକ ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମ ଦାତା ଭାବେ କାର୍ଯ୍ୟ କରୁଛନ୍ତି । ଆଜି ସେମାନେ ଡିଏଭି ରାଜ୍ୟସ୍ତରିୟ ପ୍ରତିଯୋଗୀତା ପାଇଁ ଗସ୍ତ କରିଥିବା ବେଳେ ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଜିଲ୍ଲା ଆଥଲେଟିକ୍ ଏସୋସିଏସନ୍ ସାଧାରଣ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଲାଞ୍ଜିଗଡ ଡ଼ିଏଭି ବେଦାନ୍ତ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା, ବେଦାନ୍ତ ସିଏସଆର ଦିଲ୍ଲୀପ ପ୍ରଜାପତି ଓ ଅବିନଭ ପ୍ରତାପ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସଫଳତା ପାଇଁ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.