ଏସସିଡି ଆଇ ହସ୍ପିଟାଲ ଟିଟିଲାଗଡ଼ ଓ ସିବିଏମର ମିଳିତ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ବୁଢିପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସଭାଗୃହରେ କମ୍ୟୁନିଟି ଚକ୍ଷୁ ପରିକ୍ଷା ଶିବିର କାର୍ଯ୍ୟକାରୀତା ଉପରେ ଅନୁଧ୍ୟାନ କରିଛନ୍ତି ଏସସିଡି ଆଇ ହସ୍ପିଟାଲ ଟିଟିଲାଗଡ଼ ଓ ଜର୍ମାନ କୋପରେସନ ସିଭିଏମ । ସିବିଏମ ଇଣ୍ଡିଆର ଏଡଭାଇଜର ଡ଼. ଡୋମିନିକ୍, ପ୍ରୋଗ୍ରାମ ମ୍ୟାନେଜର ଉମା ଭାରତୀଙ୍କ ସହ ଏସସିଡି ଆଇ ହସ୍ପିଟାଲ ଟିଟିଲାଗଡ଼ର ନିର୍ଦେଶକ ମୋହିତ ମୋହନ ଦାସ ବୁଢିପଦରରେ ପହଞ୍ଚି କମ୍ୟୁନିଟି ଚକ୍ଷୁ ପରିକ୍ଷା କରି ମାଗଣା ଚଷମା ପାଇଥିବା ହିତାଧିକାରୀ, ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ହୋଇଥିବା ବରିଷ୍ଠ ନାଗରିକ ମାନଙ୍କ ସହ ଆଲୋଚନା କରି ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ । ଏହାପରେ ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ଚଷମା ପାଇଥିବା ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଏହି ପରିଦର୍ଶନ ସମୟରେ କଳାହାଣ୍ଡି ଜିଲ୍ଲା ବିକଳାଙ୍ଗ ମଞ୍ଚ ସଭାପତି ତଥା କର୍ଲାମୁଣ୍ଡା ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚନ୍ଦ୍ର ଚୌଧୁରୀ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ଫିଲ୍ଡ କୋର୍ଡିନେଟର ଶୈଳେନ୍ଦୁ କୁମାର ନନ୍ଦ, ଭିଜନ ମୋଟିଭେଟର ହିରାମଣି ସାହୁ ଓ ଜୟଦେବ ସାହୁ, ସାମାଜିକ କର୍ମୀ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଦେବଗିରି ସାଂସ୍କୃତିକ ଅନୁଷ୍ଠାନର କୋଷାଧ୍ୟକ୍ଷ ଜୟଦ୍ରଥ ଜାଲ, ସାଂସ୍କୃତିକ ସମ୍ପାଦକ ସଲିଲ କୁମାର ଧଙ୍ଗଡାମାଝୀ, କ୍ରିଡ଼ା ସମ୍ପାଦକ ଅନିଲ କୁମାର ଧଙ୍ଗଡାମାଝୀ, ଆଶାକର୍ମୀ ପ୍ରମିଳା ବାଗ ଓ ଅନୁଷ୍ଠାନର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.