ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଯାଦବ ସମିତିର ପୂର୍ବତନ ସାଧାରଣ ସମ୍ପାଦକ, ବାଗପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ, ବିଶିଷ୍ଟ ସମାଜସେବୀ ତଥା ଗାଁ ଗୈାନ୍ତିଆ ସ୍ବର୍ଗତ ଦୋଳଚନ୍ଦ୍ର ବାଗଙ୍କୁ ଯାଦବ ମହାସଭା ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଠାରେ ଆଜି ତାଙ୍କର ଏକଦଶାହ କାର୍ଯ୍ୟ ଅବସରରେ ନର୍ଲା ବ୍ଲକ ଯାଦବ ସମିତିର ପୂର୍ବତନ ସଭାପତି ହୃଷିକେଶ ଭୋଇଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଏହି ଶୋକସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଉପସଭାପତି ଦୁଲ୍ଲଭ ମାହାର, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ପୂର୍ବତନ ସଭାପତି ଡମ୍ବରୁଧର ଲହଜଲ, ଉତ୍କଳ ଯାଦବ ମହାସଭାର ସାଧାରଣ ସମ୍ପାଦକ କିର୍ତ୍ତନ ନାଏକ, ବରିଷ୍ଠ ଯାଦବ ନେତା ମହେନ୍ଦ୍ର ନାଏକ, ଧର୍ମଗଡ଼ ବ୍ଲକ ଯାଦବ ସମିତିର ପୂର୍ବତନ ସଭାପତି ଧନୁ ଗୋପାଳ, ବରିଷ୍ଠ ଆଇନଜୀବି ଜହରଲାଲ ବାଗ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ ଓ ଡାକେଶ୍ବର ଲହଜଲ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝି, ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ସମାଜସେବୀ ଚିତ୍ତରଞ୍ଜନ ମଣ୍ଡଳ, କଳାହାଣ୍ଡି ଜିଲ୍ଲା କଂଗ୍ରସ କମିଟି ସଭାପତି ଭାରତ ଭୂଷଣ ବେମାଲ, ନର୍ଲା ବ୍ଲକ କଂଗ୍ରେସ କମିଟି ସଭାପତି ସମୀର ଚାନ୍ଦ, ଶିକ୍ଷାବିତ୍ ଚୁଡ଼ାମଣି ନାଏକ, ମଧୁସୂଦନ ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଦୋଳଚନ୍ଦ୍ର ବାଗଙ୍କ ସ୍ମୃତି ଚାରଣ କରିଥିଲେ ।
ଏହି ଶୋକସଭାରେ ସ୍ବର୍ଗତ ବାଗଙ୍କ ଦୁଇ ପୁତ୍ର ଥବିର ଓ ବାବୁଲାଲ, ଆତ୍ମିୟ ସ୍ବଜ୍ଜନ, ବାଗପୁର ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଏବଂ ଛତିଶ ପାଟକର ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଦୋଳଚନ୍ଦ୍ର ବାଗ ବାଗପୁର ହାଇସ୍କୁଲ ଓ ରାମଲୀଳା ମଣ୍ଡପ ପାଇଁ ଜମିଦାନ କରିଛନ୍ତି । ଏହାସହ ନର୍ଲା ବ୍ଲକ ଯାଦବ ଭବନ ନିର୍ମାଣ ଠାରୁ ଆରମ୍ଭ କରି ଅଞ୍ଚଳର ଅନେକ କାର୍ଯ୍ୟରେ ତାଙ୍କର ବିଶେଷ ଅବଦାନ ରହିଛି । ସ୍ବର୍ଗତ ବାଗଙ୍କ ଶୋକସଭାରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।