ଆଫଗାନିସ୍ତାନ-ଆୟର୍ଲାଣ୍ଡ ମ୍ୟାଚ ବର୍ଷା ଯୋଗୁ ବାତିଲ, ପଂଏଟ ଭାଗ କଲେ ଉଭୟ ଦଳ

ଓଡ଼ିଆ ବାର୍ତ୍ତା/ ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ବର୍ଷା ଖଳନାୟକ ସାଜିଛି । ସୁପର ୧୨ର ଏକ ମୁକାବିଲାରେ ଆଫଗାନିସ୍ତାନ-ଆୟର୍ଲାଣ୍ଡ ପରସ୍ପରକୁ ଭେଟିଥାନ୍ତେ । ତେବେ ଏହି ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ଉଭୟ ଦଳ ନିୟମ ଅନୁସାରେ ଗୋଟିଏ ଲେଖାଁଏ ପଂଏଟ ହାସଲ କରିଛନ୍ତି । ଆଫଗାନିସ୍ତାନ ୩ଟି ମ୍ୟାଚରୁ ଗୋଟିକରେ ହାରିଥିବା ବେଳେ ବାକି ୨ଟି ବାତିଲ ହୋଇଛି । ଫଳରେ ଦଳ ୨ ପଂଏଟ ହାସଲ କରିଛି । ସେହିପରି ଆୟର୍ଲାଣ୍ଡ ୩ଟି ମ୍ୟାଚରୁ ୩ ପଂଏଟ ହାସଲ କରିଛି । ଦଳ ଗୋଟିକରେ ହାରିଥିବା ବେଳେ ଆଉ ଏକ ମ୍ୟାଚରେ ବିଜୟୀ ହୋଇଛି । ଆଜିର ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ବାତିଲ ହୋଇଛି । ପ୍ରବଳ ବର୍ଷା ଯୋଗୁ ଟସ ପକାଯିବା ମଧ୍ୟ ସମ୍ଭବପର ହୋଇ ନ ଥିଲା । ମେଲବୋର୍ଣ୍ଣରେ ଏବେ କ୍ରମାଗତ ବର୍ଷା ଲାଗି ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.