ଓଡ଼ିଶା ଡ୍ରାଇଭର ମହସଂଘ କଳାହାଣ୍ଡି ଜିଲ୍ଲା ଶାଖାର ସାଧାରଣ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଜୁନାଗଡ଼ ବ୍ଲକ ତଳଜାରିଙ୍ଗ ଧାନମଣ୍ଡି ଠାରେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ କଳାହାଣ୍ଡି ଜିଲ୍ଲା ଶାଖାର ସମସ୍ତ ବ୍ଲକ ଆଡମିନ ମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଜୁନାଗଡ଼ ବ୍ଲକ ଆଡମିନ ଟଙ୍କଧର ଭାଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଘନଶ୍ୟାମ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଉପସଭାପତି କାର୍ତ୍ତିକ ପୁଞ୍ଜି, ସମ୍ପାଦକ ବିଶ୍ଵ ରଞ୍ଜନ ମାହାର, ସହ ସମ୍ପାଦକ ବଳଭଦ୍ର ଚଲାଣ ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ଦିନରେ ସମସ୍ତ ଡ୍ରାଇଭର ଭାଇ କେମିତି ସରକାରୀ ସୁବିଧା ପାଇପାରିବେ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଜୁନାଗଡ଼ ବ୍ଲକ ଉପସଭାପତି ଅଜିତ ନାଗ, ସମ୍ପାଦକ ଲକ୍ଷ୍ମଣ ଚଲାନ, ସହ ସମ୍ପାଦକ ଘନଶ୍ୟାମ ପୂଝାରୀ କୋଷାଧ୍ୟକ୍ଷ ଗଣେଶ ପୂଜାରୀ ଓ ତଳଜାରିଙ୍ଗ ଗ୍ରାମ ପଞ୍ଚାୟତର ସମସ୍ତ ଡ୍ରାଇଭର ଭାଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ମିଳିତ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ଦେବ ବାଗ ଓ ସତ୍ୟବାନ ନିଆଲ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.