ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ କର୍ମଚାରୀ ରାଜ୍ୟ ବୀମା ନିଗମ ସହିତ ଏମଓୟୁ ସ୍ବାକ୍ଷର

ଏହା ଅଧିନରେ ବେଦାନ୍ତ ହସପିଟାଲ ଲାଞ୍ଜିଗଡ଼ ଇଏସଆଇସି-ସ୍ବୀକୃତ ମେଡିକାଲ କେନ୍ଦ୍ରର ନେଟୱର୍କରେ ଯୋଗଦେବ ଓ ଲଞ୍ଜିଗଡ଼ର ପ୍ରଥମ କର୍ମଚାରୀଙ୍କ ୟୁଟିଲାଇଜେସନ ଡିସପେନସରି ହେବ

ଓଡ଼ିଆ ବାର୍ତ୍ତା/ ଲାଞ୍ଜିଗଡ଼/ କଳାହାଣ୍ଡି (ନିଲେଶ କୁମାର ନାଗ): ବେଦାନ୍ତ ଲିମିଟେଡ ଲାଞ୍ଜିଗଡ଼ ଭାରତର ଅଗ୍ରଣି ମେଟାରଲଜିକାଲ ଗ୍ରେଡର ଆଲୁମିନିୟମ ନିର୍ମାତା କର୍ମଚାରୀ ରାଜ୍ୟ ବୀମା ନିଗମ ସହିତ ସହଭାଗୀ ହୋଇ ଏହାର ସପଫ୍ଲୋର ସ୍ତରୀୟ କର୍ମଚାରୀ ଓ ବ୍ୟବସାୟ ସହଯୋଗୀଙ୍କୁ ଏହି କଲ୍ୟାଣକାରୀ ସୁବିଧା ଉପଲବ୍ଧ କରାଇବ । ଏହି ସହଭାଗୀତାର ଅଂଶ ଭାବରେ ଲାଞ୍ଜିଗଡ଼ କଳାହାଣ୍ଡିର ବେଦାନ୍ତ ଡାକ୍ତରଖାନା ବର୍ତମାନ ଏକ ନିଯୁକ୍ତିଦାତା ଡିସପେନସାରି ଭାବେ ମାନ୍ୟତା ପାଇଛି । ଏହି ସ୍ଵିକୃତି ପାଇବା ଦ୍ଵାରା ବେଦାନ୍ତ ହସପିଟାଲରେ ହୀତାଧିକାରୀମାନେ ମାଗଣାରେ ଚିକିତ୍ସା ସେବା ସୁବିଧା ପାଇପାରିବେ ।

ଇଏସଆଇସି ସାଧାରଣ ସ୍ୱାସ୍ଥ୍ୟ ଜନିତ ଆପଦକୁ ତିନିସ୍ତରୀୟ ସହାୟତା ଯଥା ପ୍ରାଥମିକ, ମାଧ୍ୟମିକ ଓ ତୃତୀୟ ଶ୍ରେଣୀରେ ବିଭକ୍ତ କରିଛି ଯେଉଁଥିରେ ଜଣେ ଇଏସଆଇସିର ହୀତାଧିକାରୀ ଚିକିତ୍ସା ପାଇପାରିବେ । ଏହି ପରିପ୍ରେକ୍ଷୀରେ ବେଦାନ୍ତ ଡାକ୍ତରଖାନା ପ୍ରାଥମିକ ସ୍ତରରେ ଚିକିତ୍ସା ସହାୟତା ଯୋଗାଇବ। ବେଦାନ୍ତ ଡାକ୍ତରଖାନା ଲାଞ୍ଜିଗଡ଼ରେ ଅବସ୍ଥିତ ଓ ଏଠାରେ ୨୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି । ଏହି ଡାକ୍ତରଖାନାଟି ଡାକ୍ତର, ଫିଜିଓଥେରାପିଷ୍ଟ, ଭ୍ରମଣକାରୀ ବିଶେଷଜ୍ଞ ଓ ରେଫରାଲ ପାଇଁ ଆମ୍ବୁଲାନସ ସୁବିଧା ସହ ସଜ୍ଜିତ। ଏଠାକୁ ପ୍ରତିଦିନ ୨୦୦ରୁ ଅଧିକ ରୋଗୀ ସ୍ୱାସ୍ଥ୍ୟ ସେବା ପାଇଁ ଆସିଥାନ୍ତି। ଏଠାରେ କର୍ମଚାରୀମାନେ ଇଏସଆଇସିରୁ ମାଧ୍ୟମିକ ଓ ତୃତୀୟ ସ୍ତରୀୟ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପାଇପାରିବେ । ଅଧିକନ୍ତୁ, କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନେ ଅକ୍ଷମତା, ମାତୃତ୍ଵ, ନିର୍ଭରଶୀଳ ଓ ବେକାରୀ ସମ୍ବନ୍ଧୀୟ ଅନେକ ଅତିରିକ୍ତ ଯୋଜନାରୁ ଲାଭ ପାଇ ପାରିବେ ।

ଇଏସଆଇସି ସହିତ ଏହି ସହଭାଗୀତା ସଂପର୍କରେ ଶ୍ରୀ ଜିଜି ପାଲ, ଡେପୁଟି ସିଇଓ- ଆଲୁମିନା ବିଜିନେସ କହିଛନ୍ତି ଯେ ଆମ କର୍ମଚାରୀ ଓ ବ୍ୟବସାୟିକ ଭାଗିଦାରୀଙ୍କ କଲ୍ୟାଣ ଆମ ପାଇଁ ସବୁଠାରୁ ମୂଲ୍ୟବାନ । କର୍ମଚାରୀ ରାଜ୍ୟ ବୀମା ନିଗମ ସହିତ ଆମର ସହଭାଗୀତା ଆମ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଇଏସଆଇସିର କଲ୍ୟାଣକାରୀ ଯୋଜନାରୁ ଲାଭ ମିଳିବ । ଏଠାରେ ଥିବା ବେଦାନ୍ତ ହସପିଟାଲ ଲୋକମାନଙ୍କୁ ଅନେକଦିନ ଅର୍ଥାତ ୧୫ ବର୍ଷ ହେଲା ଚିକିତ୍ସାସେବା ଯୋଗାଇ ଆସୁଛି । ଏହି ହସପିଟାଲ ଦ୍ବାରା ଆମେ ଏବେ ଇଏସଆଇସି ର ଅତିରିକ୍ତ ଚିକିତ୍ସା ସେବା ପ୍ରଦାନ କରିବୁ ।

ଓଡ଼ିଶାର ଭୁବନେଶ୍ବର ସ୍ଥିତ ଇଏସଆଇସିର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ପାର୍ଥ ସାରଥୀ ପଣ୍ଡା କହିଛନ୍ତ ଯେ ଶ୍ରମିକମାନେ ହେଉଛନ୍ତି ରାଷ୍ଟ୍ରର ଶକ୍ତି, କାରଣ ସେମାନେ ଅର୍ଥବ୍ୟବସ୍ଥାକୁ ଅକାର ପ୍ରଦାନ କରିଥାନ୍ତି ଓ ଇଏସଆଇସି ଏହି ଶ୍ରମିକମାନଙ୍କୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରିଛି । ଆମେ ଖୁସିଯେ ବେଦାନ୍ତ ଏହାର ହସପିଟାଲ ସହିତ ଇଏସଆଇସିକୁ ସାମିଲ କରାଇଛି ଯାହାଦ୍ବାରା ସ୍ଥାନୀୟ ଗୋଷ୍ଠୀ ବହୁ ଲାଭବାନ ହେବେ । ଏହି ପଦକ୍ଷେପ ଦ୍ବାରା ବେଦାନ୍ତର କର୍ମଚାରୀମାନେ ବିଶେଷ ଭାବରେ ଉପକୃତ ହେବେ ।

ବେଦାନ୍ତ ଲାଞ୍ଜିଗଡ଼ କର୍ମଚାରୀ ଓ ସ୍ଥାନୀୟ ଜନବର୍ଗଙ୍କ କଲ୍ୟାଣ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛି । ଏହା ବ୍ୟତୀତ ଲାଞ୍ଜିଗଡ଼ରେ ଅତ୍ୟାଧୁନିକ ହସପିଟାଲ ଦ୍ବାରା ସ୍ୱାସ୍ଥ୍ୟ ସେବା ସହାୟତା ପ୍ରଦାନ କରୁଛି । ଗୋଷ୍ଠୀରେ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଯୋଗାଣଠାରୁ ଆରମ୍ଭ କରି ସଚେତନତା ମୂଳକ କାର୍ଯ୍ୟକ୍ରମ ଜରିଆରେ କୁପୋଷଣ ଓ ମ୍ୟାଲେରିଆର ପ୍ରତିକାର ପାଇଁ ଯତ୍ନ ନିଆଯାଉଛି ।

ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଇଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୯୦ ମେଗାଓ୍ବାଟ ପାଓ୍ବାର ପ୍ଲାଣ୍ଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ଟେଲ୍‌ର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.