ଅମାଠ ଛକ ନିକଟରେ ଗଞ୍ଜେଇ ବୋଝେଇ ସ୍କରପିଓ ଜବତ, ୩ ଗିରଫ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ଅମାଠ ଛକ ନିକଟରେ ଗଞ୍ଜେଇ ବୋଝେଇ ସ୍କରପିଓ ଜବତ ହୋଇଛି । ଏହି ମାମଲାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କେସିଙ୍ଗା ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ସ୍କର୍ପିଓ (ୟୁପି ୧୬ ଏକ୍ୟୁ ୭୧୦୭) ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାନେଇ କୌଣସି ସୂତ୍ରରୁ କେସିଙ୍ଗା ପୋଲିସ ଖବର ପାଇ ଅମାଠ ଛକ ନିକଟରେ ଗାଡିକୁ ଅଟକାଇଥିଲା । ଜୁନାଗଡ଼ ଅଞ୍ଚଳରୁ ଉତ୍ତର ପ୍ରଦେଶକୁ ଏହି ଗଞ୍ଜେଇ ଚୋର ଚାଲାଣ ହେଉଥିବା ଜଣାପଡିଛି । ଘଟଣା ସ୍ଥଳରେ କେସିଙ୍ଗା ଥାନାଧିକାରୀ ସତ୍ୟ କୁମାର ନନ୍ଦ ସଦଳ ବଳେ ଉପସ୍ଥିତ ଥିବାବେଳେ, ତହସିଲଦାର ଦାୟିତ୍ୱରେ ଥିବା ଧୀରୋଜ ପଟ୍ଟନାୟକ ମାଜିଷ୍ଟ୍ରେଟ ଚାର୍ଜ ରୂପରେ ଉପସ୍ଥିତ ରହି ଗଞ୍ଜେଇ ବୋଝେଇ ସ୍କରପିଓ ଏବଂ ଗଞ୍ଜେଇ ଜବତ କରିବାସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶର ସୁନୀଲ ଯାଦବ, ଆର୍କିତ ମୋରିଆ ଓ ଦୀପକ କୁମାର ବୋଲି ଜଣାପଡିଛି । ଗଞ୍ଜେଇ ଥିବା ୯ଟି ପ୍ୟାକେଟରୁ ପ୍ରାୟ ୧୦କିଲୋ ଗଞ୍ଜେଇ ଜବତ ହୋଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । କେସିଙ୍ଗା ଆଇଆଇସି ସତ୍ୟକୁମାର ନନ୍ଦ ଘଟଣାର ଅଧିକ ତଦନ୍ତ ଚାଲିଥିବା କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.