ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଳାହାଣ୍ଡି ଜିଲ୍ଲା ନୂତନ ପେନ୍ସନ ଭୁକ୍ତ ଶିକ୍ଷକ ସଂଘର ଗଣଧାରଣା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାରଙ୍କ ନୂତନ ପେନସନ୍ ଭୁକ୍ତ ଅଧୀନ ପ୍ରାଥମିକ ଶିକ୍ଷକଙ୍କ ପ୍ରତି କରିଥିବା ବୈମାତୃକ ବିଚାର ବିରୋଧରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । କଳାହାଣ୍ଡି ଜିଲ୍ଲା ନୂତନ ପେନ୍ସନ ଭୁକ୍ତ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ବିଶ୍ୱଜିତ ବେହେରାଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଶହ ଶହ ଶିକ୍ଷକ ଶିକ୍ଷୟତ୍ରୀ ଭାଗନେଇଥିଲେ । ସଂଘର ସାଧାରଣ ସମ୍ପାଦକ ବୈକୁଣ୍ଠ ଜାଲ ସଭାର ଉଦ୍ଦେଶ୍ୟ ପ୍ରକାଶ କରିଥିବା ବେଳେ ସଂଜୀବ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ସତ୍ୟବାନ ପାଣିଗ୍ରାହୀ ମୁଖ୍ୟ ଉପଦେଷ୍ଠା, ବଂକିମ ଚନ୍ଦ୍ର ସାଗର ରାଜ୍ୟ ସମ୍ପାଦକ, ବିଶ୍ୱଜିତ ବେହେରା କାର୍ଯ୍ୟକାରୀ ସଭାପତି, ଯୋଗେଶ୍ୱର ସାଗର, ପ୍ରେଲାଲ ଜଗତ, ରାଜେନ୍ଦ୍ର ସେଠି, ମନୋଜ କୁମାର ସାହୁ, ଗିରିଧାରୀ ସାହୁ ବିକ୍ଷୋଭ ପୂର୍ଣ୍ଣ ଉଦବୋଧନ ଦେଇ ୬ବର୍ଷର ଠିକା ନିଯୁକ୍ତିକୁ ମୂଳଚାକିରୀରେ ଗଣନା, ୬ଟି ଇନ୍କ୍ରିମେଣ୍ଟ ପ୍ରଦାନ, ଏକ୍ସ କେଡର ଉଛେଦ ଏବଂ ପୁରାତନ ପେନସନ ଲାଗୁ କରବାକୁ ଉଦବୋଧନ ମାଧ୍ୟମରେ ଦାବି କରିଥିଲେ । ଯଦି ସରକାର ଅବହେଳା କରିବେ ତେବେ ଆଗାମି ଦିନରେ ବଡ ଧରଣର ଆନ୍ଦୋଳନର ଡାକରା ପାଇଁ ସରକାରଙ୍କୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଭାସ୍ଥଳକୁ ସହକାରୀ ଜିଲ୍ଲାପାଳ ଆସି ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦାବିପତ୍ରକୁ ଗ୍ରହଣ କରିଥିଲେ । ଜାକୀର ହୁସେନ, ଅଜିତ କୁମାର ପ୍ରଧାନ, ଅମିତ କୁମାର ଜାଲ, ଧନଞ୍ଜୟ ସାହୁ, ନାରାୟଣ ବଗର୍ତ୍ତି, ଦୁର୍ଗା ପ୍ରସାଦ ଆଚାରୀ, ସନ୍ତୋଷ ଆଚାର୍ଯ୍ଯ ସଭାକାର୍ଯ୍ୟରେ ସହଯୋଗ କରିଥିଲେ । ଶେଷରେ ଉପସଭାପତି ଉଗ୍ରସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.