ରୁପ୍ରାରୋଡ ଜଗନ୍ନାଥ ମନ୍ଦିରରେ ଶ୍ରୀରାମ ଚରିତ ମାନସ କଥାମୃତର ତୃତୀୟ ଦିବସ: ଶ୍ରୀରାମ ଜାନକୀ ବିବାହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭଗବାନ ଶିବ ଶଙ୍କର ଦେବୀ ପାର୍ବତୀଙ୍କୁ ପରମ ପବିତ୍ର ରାମ କଥା ଶୁଣାଉଛନ୍ତି । ସୃଷ୍ଟିର ପାଳନକର୍ତ୍ତା ବିଷ୍ଣୁ ଶ୍ରୀରାମ ଅବତାର ନେଇ ଅଯୋଧ୍ୟା ନରେଶ ଦଶରଥଙ୍କ ପୁତ୍ର ଋପରେ ଜନ୍ମଗ୍ରହଣ କରିଛନ୍ତି । ତାଙ୍କ ଜନ୍ମରେ ଉତ୍ସବମୁଖର ହୋଇ ଉଠିଛି ଅଯୋଧ୍ୟା । ଶଶିକଳା ପରି ଶ୍ରୀରାମ ଓ ତାଙ୍କ ତିନି ଭାଇ ଭରତ, ଲକ୍ଷ୍ମଣ ଓ ଶତ୍ରୁଘ୍ନ ବଢ଼ିବାକୁ ଲାଗିଲେ । ବିଦ୍ୟାଧ୍ୟୟନ ସମାପ୍ତ ପରେ ସେମାନେ ସୁବାହୁ, ମାରିଚି, ତାଡକା  ଆଦି ଅନେକ ଅସୁର, ଅସୁରୁଣୀମାନଙ୍କୁ ବଦ୍ଧକରି ଋଷିମୁନିଙ୍କ ଯଜ୍ଞ ରକ୍ଷାକରିବା ପରେ ମହର୍ଷି ବିଶ୍ଵାମିତ୍ରଙ୍କ ସହ ମିଥିଳାରେ ଆୟୋଜିତ ହୋଇଥିବା ସୀତା ସ୍ବୟଂବରରେ ପହଞ୍ଚିଛନ୍ତି । ଶିବଧନୁ ଭଗ୍ନ ପରେ ଜନକ ନନ୍ଦିନୀ ସୀତା ଅଯୋଧ୍ୟା ରାଜକୁମାର ଶ୍ରୀରାମଙ୍କ ଗଳାରେ ବରଣମାଳ ପକାଇ ସ୍ବାମୀ ଋପେ ବରଣ କରିଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିବା ଶ୍ରୀରାମ ଚରିତ ମାନସ କଥାମୃତର ଆଜି ଶନିବାର ତୃତୀୟ ଦିବସରେ ‘ଶ୍ରୀରାମ ଜାନକୀ ବିବାହ’ ପ୍ରସଙ୍ଗ ଅତି ସୁନ୍ଦର ଭାବରେ ପରିବେଷଣ କରିଛନ୍ତି କଥାବାଚକ ଆଶିର୍ବାଦଜୀ ମହାରାଜ । ନଭେମ୍ବର ୩ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରବଚନ କାର୍ଯ୍ୟକ୍ରମ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି କାର୍ଯ୍ୟକ୍ରମର କର୍ତ୍ତା ଭାବେ ଶ୍ୟାମସୁନ୍ଦର ଶର୍ମା ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ଶର୍ମା ଦାଇତ୍ୱ ନିର୍ବାହ କରୁଥିବା ବେଳେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରୁଛନ୍ତି । ଆସନ୍ତାକାଲି ରବିବାର ଶ୍ରୀରାମ ବନବାସ କଥା ପରିବେଷିତ ହେବ ବୋଲି ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ସ୍ବର୍ଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ଜ୍ୟୋଷ୍ଠ ପୁତ୍ର ସୁନୀଲ ଅଗ୍ରୱାଲ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.