ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ ଲାଞ୍ଜିଗଡ଼ (ନିଲେଶ କୁମାର ନାଗ): ବେଦାନ୍ତ ଲିମିଟେଡ, ଲାଞ୍ଜିଗଡ଼ ଭାରତର ଅଗ୍ରଣୀ ମେଟାର୍ଲଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ବର୍ଜ୍ୟ ବସ୍ତୁକୁ ସଂପଦରେ ପରିଣତ ପାଇଁ ଏମଏସଏମଇକୁ ପ୍ରୋତ୍ସାହିତ କରୁଛି । କମ୍ପାନି ସ୍ଥାନୀୟ ଇଟା ଉତ୍ପାଦନକାରୀଙ୍କୁ ଚୁନ ଗ୍ରୀଟ ଯୋଗାଇ ଆସୁଛି । ଏହା ଦ୍ଵାରା ଶିଳ୍ପ ଉପ ଦ୍ରବ୍ୟକୁ ଏକ ବୃତିଗତ ଅର୍ଥନୀତି ପାଇଁ ମୂଲ୍ୟଯୁକ୍ତ ଉତ୍ପାଦରେ ପରିଣତ ହେବାରେ ସହାୟତା ମିଳୁଛି ।
ଆଲୁମିନା (ଆଲୁମିନିୟମ ଅକ୍ସାଇଡ) ଉତ୍ପାଦନ ଲାଗି ଚୁନ ଗ୍ରୀଟ ବକ୍ସାଇଟର ଏକ ଉପ ଉତ୍ପାଦ ଭାବରେ ଗ୍ରହଣ କରାଯାଇଥାଏ । କାଗଜକୁ ଧଳା କରିବା, କୁକୁଡ଼ା ଫିଡ ପର୍ଯ୍ୟନ୍ତ ଏହାର ବ୍ୟବହାର ସହ ଜିପସିମ ପାଇଁ ବିକଳ୍ପ ଭାବେ ବିଭିନ୍ନ ସ୍ତରରେ ଏହାର ପ୍ରୟୋଗ ହେଉଛି । ବେଦାନ୍ତ ଲାଞ୍ଜିଗଡ଼ ପ୍ରତିବର୍ଷ ୧୦,୫୦୦ ମେଟ୍ରିକ ଟନ ଚୁନ ଗ୍ରୀଟି ଉତ୍ପାଦନ କରିଥାଏ ଯେଉଁଥିରୁ ପ୍ରାୟ ଅଧା କାରଖାନା ମଧ୍ୟରେ ପୁନଃ ବ୍ୟବହାର କରାଯାଇଥାଏ । ସେହିଭଳି କମ୍ପାନି ଭିତରେ ଥର୍ମାଲ ପାଓ୍ବାର ଉତ୍ପାଦନରୁ ଫ୍ଲାଏ ପାଉଁଶ ସୃଷ୍ଟି ହୋଇଥାଏ । ଉଭୟ ସାମଗ୍ରୀର ସର୍ବାଧିକ ବ୍ୟବହାର ନିଶ୍ଚିତ କରିବାକୁ କମ୍ପାନି ସ୍ଥାନୀୟ ଇଟା କମ୍ପାନି ଗୁଡ଼ିକୁ ଏହା ଯୋଗାଇ ଆସୁଛି ।
ଜିପସମ୍ ପରି ସମାନ ଗୁଣ ସହିତ ଚୁନ ଗ୍ରୀଟ ହେଉଛି ଶକ୍ତି ଓ ଗୁଣରେ ଇଟା ତିଆରି ପାଇଁ ଏକ ଭଲ ବିକଳ୍ପ । ଶିଳ୍ପ ଉତ୍ପାଦନକୁ ଏକ ବୃତାକାର ସାମଗ୍ରୀରେ ପରିଣତ କରିବାର ଏହି ପଦକ୍ଷେପ ଦ୍ବାରା ଉଭୟ ପରିବେଶ ସ୍ଥିରତାକୁ ନିଶ୍ଚିତ କରିବାରେ ସାହାଯ୍ୟ କରିବ । ଏହା ବ୍ୟତୀତ ଗ୍ରାମୀଣ ଶିଳ୍ପ ଗୁଡ଼ିକ ଲାଭବାନ ହୋଇ ପାରିବେ । କିଛି ବର୍ଷ ହେଲା କଂପାନି ସହଯୋଗରେ ୨୦ ରୁ ଅଧିକ ଏମଏସଏମଇ କାର୍ଯ୍ୟ କରୁଛନ୍ତି ।
ଏହି ପଦକ୍ଷେପ ସଂପର୍କରେ ଶ୍ରୀ ଜିଜି ପାଲ, ଡେପୁଟି ସିଇଓ- ଆଲୁମିନା ବିଜିନେସ, ବେଦାନ୍ତ ଲିମିଟେଡ କହିଛନ୍ତିଯେ ବେଦାନ୍ତ ଲାଞ୍ଜିଗଡ଼ରେ ଆମର କାର୍ଯ୍ୟ ଜିରୋ ବର୍ଜ୍ୟ ବସ୍ତୁ ଏବଂ ଜିରୋ ଡିସଚାର୍ଜ ନୀତି ଦ୍ଵାରା ପରିଚାଳିତ । ଫ୍ଲାଏ ଆଶ ଓ ଚୁନ ଗ୍ରୀଟ ପରି ଶିଳ୍ପ ଉପ ଉତ୍ପାଦ ବ୍ୟବହାର କରି ବୃତିଗତ ମୂଲ୍ୟ ଶୃଙ୍ଖଳା ସୃଷ୍ଟି କରିବାକୁ ଆମେ ପ୍ରୟାସ ଜାରୀ ରଖିଛୁ । ଏହା ଦ୍ଵାରା ଆମ ଅଂଚଳର ବହୁ ଏମଏସଏମଇ ସ୍ଥାପନ କରିଥିବା ଉଦ୍ୟୋଗୀମାନେ ବିଶେଷ ଲାଭବାନ ହୋଇ ପାରିବେ ଓ ଏହି ଅଂଚଳର ବିକାଶ ସାଧିତ ହୋଇ ପାରିବ ।
ବେଦାନ୍ତ ଲାଞ୍ଜିଗଡ଼ ଏହି ଅଂଚଳର ବହୁ ଉଦ୍ୟୋଗୀଙ୍କୁ ସହାୟତା ଯୋଗାଇ ଦେଉଛି, ଖାଦ୍ୟ ସାମଗ୍ରୀ ଦୋକାନ, ଜେରକ୍ସ ଦୋକାନ, ଧାନ କଳ ବା ଅନ୍ୟାନ୍ୟ ଧନ୍ଦାମୂଳକ କାର୍ଯ୍ୟରେ ଲୋକମାନଙ୍କୁ ତାଲିମ ଦେଇ ସେମାନଙ୍କ ଦକ୍ଷତା ବୃଦ୍ଧି କରାଇ ଏକ ସମୃଦ୍ଧ ଇକୋ ସିଷ୍ଟମ ସୃଷ୍ଟି କରିପାରିଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ୨୦୦୭ ଠାରୁ ଏହା ୨ ଏମଟିପିଏ କ୍ଷମତାର ଆଲୁମିନା ରିଫାଇନାରୀ ଇଂଜିଗଡ଼ କଳାହାଣ୍ଡିରେ ଉତ୍ପାଦନ କରୁଛି ଓ ୭୫ ମେଗାୱାଟ କ୍ଷମତାର ପାଓ୍ବାର ପାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।