କୋକସରା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଶୀତକାଳୀନ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା (ଏନଏସଏସ) ତରଫରୁ ଗତ ୨୬ ତାରିଖରୁ ଅଁଳାଗୁଡ଼ାଠାରେ ଶୀତକାଳୀନ ଶିବିର ଆରମ୍ଭ ହୋଇଛି। ବୁଧବାର ଶିବିରର ଚତୁର୍ଥ ଦିନରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟର ଏନ୍ଏସ୍ଏସ୍ ସଂଯୋଜକ ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ଯୋଗଦେଇ ଥିଲେ। ଏହି ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ ହୋଇଥିଲା। ଏଥିରେ ଶ୍ରୀଖୁଣ୍ଟିଆ ଶିବିରର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ ବ୍ୟକ୍ତିର ଚରିତ୍ର ମାର୍ଜିତ ହେଲେ ଜୀବନ ଓ ସମାଜ ସରସ ସୁନ୍ଦର ହୋଇ ପାରିବ ବୋଲି ମତବ୍ୟକ୍ତ ଥିଲେ। ସଭାରେ ମହାବିଦ୍ୟାଳୟର ଅଧକ୍ଷ ପୁଷ୍ପରାଜ୍ ମେହେର, ଅଧ୍ୟାପକ ସୁବ୍ରତ କୁମାର ବେହେରା, ଅଧ୍ୟାପିକା କନକ ମଞ୍ଜରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏନଏସଏସ୍ ପ୍ରେଗ୍ରାମ ଅଫିସର ଅଧ୍ୟାପକ ଐରୀନାସନ ଚିନ୍ଦା ସଭାକୁ ପରିଚାଳନା କରିଥିଲେ। ଆସନ୍ତା କାଲି ଅଁଲାଗୁଡା ଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ ହେବା ଓ ଡିସେମ୍ବର ୧ ତାରିଖ ଦିନ ଏଡ଼ସ ଦିବସ ଉପଲକ୍ଷେ ଏକ ସଚେତନତା ରାଲି କରଯିବା ନେଇ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯକ୍ରମକୁ ମହାବିଦ୍ୟାଳୟର କର୍ମଚାରୀ ସୁନିଲ କୁମାର ପ୍ରଧାନୀ, ପୁଷ୍ପିତ ବିଶି, ଜିତେନ୍ଦ୍ର କୁମାର ପ୍ରଧାନୀ, ପ୍ରତାପ ବିଶି, ତପନ ବିଶି, ବେଦମୟୀ ବାରିକ ଓ ଶୁଭଶ୍ରୀ ସାହୁ ସହଯୋଗ କରିଥିଲେ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.