ଅସହାୟ ପରିବାରକୁ ଆର୍ଥିକ ସହଯୋଗ ଓ ରାସନ ସାମଗ୍ରୀ ଯୋଗାଇଲେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା

ନର୍ଲା,୧୩/୫: ମହାମାରୀ କରୋନା ସଂକଟ ମଧ୍ୟରେ ଜିଲ୍ଲାର ଅନେକ ଗରିବ ପରିବାରକୁ ସହାୟତା ଯୋଗାଇ ଆସୁଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ବୁଧବାର ନର୍ଲା ବ୍ଲକ ବୁଢିପଦର ଗାଁର ଏକ ଅସହାୟ ପରିବାରକୁ ୨ହଜାର ଟଙ୍କା ଓ ୨ମାସ ଚଳିବା ପାଇଁ ରାଶନ ସାମଗ୍ରୀ ଯୋଗାଇ ଦେଇଛି ଜିଲ୍ଲା ଯୁବ ଯାଦବ ମହାସଭା । ଏହି ଗାଁର ନାରାୟଣ ନାଏକଙ୍କ ପରିବାର ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି । ନାରାୟଣଙ୍କ ଏକମାତ୍ର ପୁଅ ଜିତେନ୍ଦ୍ର ମାନସିକ ବିକାରଗ୍ରସ୍ତ ହୋଇ ଘରେ ପଡି ରହିଛି । ନିଜର ଯାହା ସ୍ଥାବର ଅସ୍ଥାବର ସମ୍ପତ୍ତି ଥିଲା ସବୁ ପୁଅର ଚିକିତ୍ସାରେ ଖର୍ଚ୍ଚ ହେଲା, କିନ୍ତୁ ପୁଅ ଭଲ ହୋଇ ପାରିଲା ନାହିଁ । ତାକୁ ଗୋଟିଏ ବଖରାରେ ବନ୍ଦ କରି ରଖାଯାଇଛି । ନାରାୟଣ କୁଲି ମଜୁରୀ କାମ କରୁଥିବାବେଳେ ବର୍ତ୍ତମାନ ବେମାର ଯୋଗୁଁ ଆଉ କାମକୁ ଯାଇ ପାରୁ ନାହାନ୍ତି । କେଉଁ ଏକ ଅଜଣା ବେମାରରେ ତାଙ୍କର ପେଟ ମୁହଁ ସବୁ ଫୁଲି ଯାଇଛି । ପୁଅ କିମ୍ବା ନିଜର ଚିକିତ୍ସା ପାଇଁ ନାରାୟଣଙ୍କ ପାଖରେ ଫଟା କଉଡିଟିଏ ନାହିଁ । ଏପଟେ ଘରେ ଚୁଲି ଜଳିବା କଷ୍ଟକର ହୋଇ ପଡିଛି । ପଞ୍ଚାୟତରେ ଦିଆ ଯାଉଥିବା ମାଗଣା ରନ୍ଧା ଖାଦ୍ୟ ଖାଇ ଏହି ପରିବାର ଜୀବନ ଧାରଣ କରୁଛନ୍ତି । ଏହି ଖବର ପାଇବାପରେ ଜିଲ୍ଲା ଯୁବ ଯାଦବ ମହାସଭା ନାରାୟଣଙ୍କ ପରିବାରକୁ ସହାୟତା ଯୋଗାଇ ଦେଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ସହାୟତା ପ୍ରଦାନ ସମୟରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ସହ ସଂପାଦକ ତ୍ରିଲକ୍ଷ ନାଏକ, ମିଡିଆ ସେଲ ସଂଯୋଜକ ସୁରଥ ହେର୍ଣ୍ଣା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗୌଡ, ରାକ୍ସି ସରପଞ୍ଚ ଚନ୍ଦ୍ରମା ଧଙ୍ଗଡାମାଝୀ ଓ ଯୁବ ନେତୃତ୍ବ ତୁଲାମଣି ନାଗ ପ୍ରମୂଖ ଉପସ୍ଥିତ ଥିଲେ । ଏହି ଗରିବ ପରିବାରକୁ ଆର୍ଥିକ ସହାୟତା ଓ ରାସନ ସାମଗ୍ରୀ ଯୋଗାଇବା ସହ କରୋନା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ଯାଦବ ନେତୃବୃନ୍ଦ । କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଏହି କାର୍ଯ୍ୟଧାରାକୁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Udyog Nursery
Udyogi Nursery

ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.