ସୀମା ସୁରକ୍ଷା ବାହିନୀ ଆଇଜିଙ୍କ ବୈପାରୀଗୁଡା ବ୍ଲକ ଗସ୍ତ

ଛାତ୍ରଛାତ୍ରୀ ମାନଙ୍କ ଆଗରେ ପ୍ରଦର୍ଶିତ ହେଲା ଡଗ୍ ସୋ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): ସୀମା ସୁରକ୍ଷା ବାହିନୀ ବିଏସଏଫ ଯବାନଙ୍କ ତରଫରୁ କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଲକ ରାମଗିରି ବିଏସଏଫ କ୍ୟାମ୍ପ ପରିସର ଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ କୁକୁର ପ୍ରଦର୍ଶନୀ (ଡଗ୍ ସୋ) କାର୍ଯ୍ୟକ୍ରମ ଆୟୋଜିତ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସୀମା ସୁରକ୍ଷା ବାହିନୀ ଆଇଜି ସତୀଶ ଚନ୍ଦ୍ର ବୁଡ଼ାକୋଟି ଉପସ୍ଥିତ ରହି ଦୁରୁଆ ସମ୍ପ୍ରଦାୟ ଯୁବକ ଯୁବତୀ ମାନଙ୍କ ସହ ବିଏସଏଫ ଅଧିକାରୀ ମାନେ ମଧ୍ୟ ଦେଶିଆ ଗୀତର ତାଳେ ତାଳେ ନାଚିଥିବାର ଦେଖିବାକୁ ମିଳିଥିଲା । ଆଇଜିଙ୍କ ସହିତ ବିଏସଏଫ ଡିଆଇଜି ମଦନ ଲାଲ, ବୈପାରୀଗୁଡା ବିଏସଏଫ କ୍ୟାମ୍ପର କାମାଣ୍ଡାଣ୍ଡ ଅଜୟ କୁମାର ରାମଗିରି ବିଏସଏଫ କ୍ୟାମ୍ପ ପରିଦର୍ଶନ କରିଥିଲେ । ଏହି ଗ୍ରସ୍ତ ସମୟରେ ରାମଗିରି ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କେମିତି କୁକୁର ସହାୟତାରେ ବିଏସଏଫ ଯବାନ ମାନେ ବିଭିନ୍ନ ପ୍ରକାର ବିସ୍ପୋରକ, ନିଶା ସାମଗ୍ରୀ ସହ କୁମ୍ବିଂ ଅପରେସନ ସମୟରେ ଏହି କୁକୁର ମାନେ ବିଏସଏଫ ଯବାନଙ୍କୁ ସହଯୋଗ କରୁଛନ୍ତି ଏବଂ ଯୁଦ୍ଧ ସମୟରେ କୁକୁର ମାନଙ୍କ ପାଇଁ କେମିତି ସଫଳତା ହାସଲ କରିଥାନ୍ତି ସେହି ବିଷୟକୁ ନେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।‌ରାମଗିରି ବିଏସଏଫ କ୍ୟାମ୍ପ ପରିସରରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ନେଇ କୁକୁର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ଏହା ସହ ଛାତ୍ରଛାତ୍ରୀ ମାନଙ୍କୁ ବିଏସଏଫ ଯବାନଙ୍କ ସଚେତନତା ଉପରେ ବକ୍ତତା କହିବା ସହ ରଣକ୍ଷେତ୍ରରେ କଣ ରହିଛି ଭୂମିକା ସେହି ବିଷୟକୁ ନେଇ ଅବଗତ ମଧ୍ୟ କରାଇଥିଲେ । କୁକୁର ପ୍ରଦର୍ଶନୀରେ ବେଲଜିଆନ ସିଫିୟାର୍ଡ଼, ଜର୍ମାନ ସିଫିୟାର୍ଡ଼ ଓ ଲାବ୍ରାଡୋର ରେଟ୍ରିଭର ସହ ବିଭିନ୍ନ କିସମର କୁକୁର ମାନଙ୍କୁ ନେଇ ଏହି ଡଗ୍ ସୋ କରାଯାଇଥିଲା । ସେହିପରି ଭାବେ ଅଧିକାରୀମାନେ କହିଥିଲେ ଯେ, ବୈପାରୀଗୁଡା ଭଳି ମାଓ ଅଞ୍ଚଳକୁ ପୂର୍ବରୁ ମାଓବାଦୀ ମାନଙ୍କ ଦବଦବା ରହିଥିବା ବେଳେ ଏହି ଅଞ୍ଚଳକୁ ବିଏସଏଫ ଯବାନ ଆସିବା ପରେ ଏବେ ଧୀରେ ଧୀରେ ସେମାନଙ୍କ ପତିଆରା କମିବା ସହ ଜନସାଧାରଣ ମାନେ ସୁରକ୍ଷିତ ଜୀବନ ଯାପନ ବିତାଉଛନ୍ତି । ବୈପାରୀଗୁଡା ବ୍ଲକର ବହୁ ଦୁର୍ଗମ ଅଞ୍ଚଳକୁ ବିଏସଏଫ ଯବାନ ଯାଇ ଜନସମ୍ପର୍କ ଶିବିର କରିବା ସହ ଲୋକଙ୍କ ସେବାରେ ଆସୁଥିବାର ବିଏସଏଫ ଯବାନଙ୍କ ଏହି ଗୁରୁତ୍ୱପୂର୍ଣ ଭୂମିକା ରହିଥିବାର ଅଧିକାରୀମାନେ ପ୍ରକାଶ କରିଛନ୍ତି । ଗ୍ରାମର କିଛି ଯୁବକ ମାନଙ୍କୁ କ୍ରୀଡା ସାମଗ୍ରୀ ପ୍ରଦାନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ବିଏସଏଫ ଅଧିକାରୀ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.