ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ଭଇରିପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି ଭାନୁମତୀ ବେମାଲ । ଶ୍ରୀମତୀ ବେମାଲ ନିଜ ନିକଟତମ ପ୍ରତିଦ୍ବନ୍ଦୀ ପୁଷ୍ପାଞ୍ଜଳି ରାଉତଙ୍କୁ ୨୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ଜଣାପଡିଛି । ଭାନୁମତୀ ବେମାଲ ୧୧୨୯ ଖଣ୍ଡ ଭୋଟ ପାଇଥିବା ବେଳେ ପୁଷ୍ପାଞ୍ଜଳି ରାଉତ ୧୧୦୦ ଖଣ୍ଡ ଭୋଟ ପାଇଥିବା ସୁଚନା ମିଳିଛି । ଶ୍ରୀମତୀ ବେମାଲ ନିଜ ବିଜୟର ଶ୍ରେୟ ଭଇରିପାଲି ଗ୍ରାମ ପଞ୍ଚାୟତ ବାସୀଙ୍କୁ ଦେଇଛନ୍ତି ।