ସ୍ଥାୟୀ ଜମି ପଟ୍ଟା ଦାବିରେ ସୁବର୍ଣ୍ଣପୁର ପୌର ପରିଷଦ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

ସୋନପୁର,୧୩/୩ : ସ୍ଥାୟୀ ଜମି ପଟ୍ଟା ଦାବି କରି ସୁବର୍ଣ୍ଣପୁର ପୌର ପରିଷଦ ଅଞ୍ଚଳର ଶତାଧିକ ମହିଳା ପୌର କାର୍ଯ୍ୟାଳୟରେ ତାଲା ପକାଇଦେଇଛନ୍ତି । ମିଳିଥିବା ସୂଚନାରୁ ପ୍ରକାଶ ଯେ, ସହରର ୯ ଓ ୧୧ ନମ୍ବର ୱାର୍ଡର କିଛି ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଆସୁଥିଲେ ମଧ୍ୟ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇ ନାହିଁ । ଫଳରେ ଏହି ଅଞ୍ଚଳର କିଛି ସ୍ଥାନରେ ରହୁଥିବା ଶତାଧିକ ପରିବାର ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଆନ୍ଦୋଳନକାରୀ ମହିଳା ମାନେ ପ୍ରକାଶ କରିଥିଲେ । ତେବେ ଏ ସମ୍ପକୟଙ୍କର ବିଭାଗୀୟ କର୍ତ୍ତୁପକ୍ଷଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ତୁରନ୍ତ ସ୍ଥାୟୀ ଜମି ପଟ୍ଟା ଦାବି କରି ଆଜି ଉଭୟ ୱାର୍ଡର ଶତାଧକ ମହିଳା ପୌର ପରିଷଦ କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ଦ୍ୱାରରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଫଳରେ କାର୍ଯ୍ୟାଳୟ ଭିତରେ ଥିବା ପୌର ନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଦୀର୍ଘ ୪ ଘଣ୍ଟା ଧରି କାର୍ଯ୍ୟାଳୟ ଭିତରେ ରହିଯାଇଥିଲେ । ପରେ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର କାର୍ଯ୍ୟାଳୟରୁ ବାହାରି ଅନ୍ଦୋଳନକାରୀ ମହିଳାମାନଙ୍କୁ ସେମାନଙ୍କର ଦାବି ସମ୍ପକୟଙ୍କର ଜିଲାପାଳଙ୍କୁ ଜଣାଇବାକୁ ପରାମର୍ଶ ଦେବା ସହ ନିଜେ ସେମାନଙ୍କୁ ଧରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ତେବେ ଜିଲାପାଳଙ୍କ ସହ ଆଲୋଚନା କରି ସେମାନେ ରହୁଥିବା ଜମି ମତ୍ସ୍ୟବିଭାଗର ହୋଇଥିବାରୁ ବର୍ତ୍ତମାନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ ପରେ ଏ ସମ୍ପକୟଙ୍କର ପୁଣି ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେବା ପରେ ଆନ୍ଦୋଳନକାରୀ ମହିଳା ମାନେ ଆନ୍ଦୋଳନରୁ ଓହରିଥିବା ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.