ପୁଲିସ ଯାନବାହନ ଏହାର ସାମର୍ଥ୍ୟର ଆବଶ୍ୟକତା ଦୃଷ୍ଟିରୁ କେବେ ବି ପୁରୁଣା ହେବା ଅନୁଚିତ -ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’କୁ ସେମ୍ବାଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ଗୋଟିଏ ପ୍ରକାର ପୋଲିସ ପୋଷାକ ହେବା ଉଚିତ। କିଛି ରାଜ୍ୟରେ ପୋଲିସ ପୋଷାକ ବା ୟୁନିଫର୍ମ ଅଲଗା ରହିଛି। ଏପରି ସ୍ଥିତି ସାରା ଦେଶରେ ଗୋଟିଏ ପ୍ରକାର ପୋଲିସ ପୋଷାକ ପାଇଁ ପ୍ରସ୍ତାବ ଦେଇଛନ୍ତି।

Omkar Vasthu
Omkar Vasthu

ପ୍ରଧାନମନ୍ତ୍ରୀ କହିଛନ୍ତି, ଏପରି ହେଲେ ଏହା କେବଳ ଗୁଣାତ୍ମକ ସାମଗ୍ରୀ ମାନ ବଜାୟ ରଖିବ ନାହିଁ, ବରଂ ସେମାନଙ୍କୁ ଏକକ ପରିଚୟ ପ୍ରଦାନ କରିବ। ଦେଶର ନାଗରିକମାନେ ଯେକୌଣସି ରାଜ୍ୟ ନିର୍ବିଶେଷରେେ ସେମାନଙ୍କୁ ପୁଲିସର ବୋଲି ଜାଣିବେ। ରାଜ୍ୟଗୁଡ଼ିକ ସେମାନଙ୍କ ନମ୍ବର ଓ ପରଚିପତ୍ର ଚିହ୍ନ ରଖିପାରିବେ। “ ‘ଗୋଟିଏ ଦେଶ, ଗୋଟିଏ ପୁଲିସ ପୋଷାକ’ ମୁଁ କେବଳ ଏହି ଚିନ୍ତାଧାରା ଆପଣଙ୍କ ବିଚାର ପାଇଁ ରଖୁଛି” ବୋଲି ସେ କହିଥିଲେ । ସେହିପରି ସେ ପର୍ଯ୍ୟଟନ ସଂକ୍ରାନ୍ତ ପୁଲିସର ଅବସ୍ଥା ନେଇ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ବେଦନଶୀଳତାର ପ୍ରାଧାନ୍ୟ ଉପରେ ଗୁରୁତ୍ୱ ଆରୋପ କରିବା ସହ ବ୍ୟକ୍ତିଗତ ସମ୍ପର୍କ ଆବଶ୍ୟକତା ଉପରେ କହିଥିଲେ। ବିଶେଷ କରି ବରିଷ୍ଠ ନାଗରିକଗଣ ବୈଶ୍ୱିକ ମହାମାରୀ କାଳରେ ପୁଲିସକୁ ଡାକିବା ବିଷୟ ସେ ଉଦାହରଣ ଦେଇଥିଲେ। ପ୍ରଧାନମନ୍ତ୍ରୀ ମାନବୀୟ ମେଧା ସହ ବୈଷୟିକ ମେଧାର ପ୍ରୟୋଗ ନେଇ କହିଥିଲେ । ଭାରତର ପ୍ରତିପତ୍ତି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ନୂତନ ଆହ୍ୱାନଗୁଡ଼ିକ ନେଇ ସତର୍କ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଥିଲେ ।

Udyog Nursery
Udyogi Nursery

ସାମାଜିକ ଗଣମାଧ୍ୟମର ସମ୍ଭାବନାକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ କହିଥିଲେ ଯେ ଏହାକୁ କେବଳ ତଥ୍ୟର ଉତ୍ସ ଭାବେ ବିବେଚନା କରିବା ଅନୁଚିତ । ଏକ ମିଛ ଖବର ମଧ୍ୟ ଦେଶରେ ହଇଚଇ ସୃଷ୍ଟି କରି ଦେଇପାରେ । ଅତୀତରେ ମିଥ୍ୟା ଖବର ଯୋଗୁ ଚାକିରି ସଂରକ୍ଷଣ ନେଇ ହୋଇଥିବା ଘଟଣାର ମୋଦୀ ସମାଲୋଚନା କରିଥିଲେ।

ଜଣେ ଅନ୍ୟଜଣକ ନିକଟକୁ କୌଣସି ଖବର ପଠାଇବା ପୂର୍ବରୁ ତାକୁ ଟିକିନିଖି ବିଶ୍ଲେଷଣ କରି ପଠାଇବା ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ । “ଆମକୁ ପ୍ରଯୁକ୍ତିଗତ ଜ୍ଞାନ ସାହାଯ୍ୟରେ ମିଛ ଖବର ପ୍ରଚାରିତ ହେବା ରୋକିବାକୁ ହେବ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ବେସାମରିକ ପ୍ରତିରକ୍ଷା ଉପରେ ମଧ୍ୟ ଆଲୋକପାତ କରିବା ସହ ନିଅାଁ ଲିଭାଳି ଦଳ ଓ ପୁଲିସ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଡ୍ରିଲମାନ ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।

ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ବାହାରିଥିବା ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ୱର ସହ ଅନେକ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ନୂତନ ବର୍ଜ୍ୟ ବସ୍ତୁ ପରିହାର ନୀତି ପରିପ୍ରେକ୍ଷୀରେ ସେମାନଙ୍କ ଯାନବାହନ ସମ୍ପର୍କରେ ସମୀକ୍ଷା କରିବାକୁ କହିଥିଲେ । “ପୁଲିସ ଯାନବାହନ ଏହାର ସାମର୍ଥ୍ୟର ଆବଶ୍ୟକତା ଦୃଷ୍ଟିରୁ କେବେ ବି ପୁରୁଣା ହେବା ଅନୁଚିତ” ବୋଲି ସେ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.