ତ୍ରିବେଣୀ ତୀର୍ଥରୁ ରାମ ମନ୍ଦିର ନିର୍ମାଣ ଉଦଘାଟନୀ ଉତ୍ସବକୁ ଗଲା ପବିତ୍ର ପାଣି, ମାଟି ଓ ବାଲି

ବାଲେଶ୍ଵର, ୨୪/୭ (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣର ଶୁଭ ଉଦଘାଟନ ଉତ୍ସବରେ ସାରା ଭାରତର ପବିତ୍ର ଓ ପୁଣ୍ୟ ତୀର୍ଥରୁ ମାଟି ଓ ପାଣି ସଂଗ୍ରହ କରାଯାଉଛି ।

ଏହି ପବିତ୍ର କାର୍ଯ୍ୟକ୍ରମରେ ବାଲେଶ୍ବରର ବିଭିନ୍ନ ତୀର୍ଥ ସ୍ଥଳରୁ ମାଟି ଓ ପାଣି ସଂଗ୍ରହ ହେଉଥିବା ବେଳେ ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦ ତରଫରୁ ବାଲେଶ୍ବରର ରେମୁଣା ବ୍ଲକରେ ଅବସ୍ଥିତ ବଳଙ୍ଗ, ଗଙ୍ଗାହାର ଓ ଶୋଣ ନଦୀର ସଂଗମ ସ୍ଥଳ ଆଦ୍ୟ ଓ ଗୁପ୍ତ ତ୍ରିବେଣୀ ତୀର୍ଥର ପବିତ୍ର ମାଟି, ପାଣି ଓ ବାଲି ୨୪ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକାରେ ବାବାଜୀ ଦୟାନନ୍ଦ ଦାସ ମହାରାଜଙ୍କ ପୌରୋହିତ୍ୟରେ ତ୍ରିବେଣୀ ସଂଗମ ସ୍ଥଳରେ ମାଟି, ପାଣି ଓ ବାଲିକୁ ପୂଜନ କରାଯାଇ ସଂଗ୍ରହ କରା ଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ପରିଷଦର ସଭାପତି ପର୍ଶୁରାମ ବେହେରା ଓ ସଂପାଦକ ନବ କୁମାର ଦାସ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଶିଳ୍ପୀ କେଶୁଦାସ, ସହ ସଂପାଦକ ନିରଞ୍ଜନ ଗିରି, ପରୀକ୍ଷିତ ଗିରି, ସରିତା ଗିରି, କୈଳାଶ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସଂପାଦନା କରିଥିଲେ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.