କବିତା: ରଜ

✒️ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ

ରଜ କହିଲେ ତ
ମଉଜ ॥
ମନ ଚହଲା ର ପର୍ବ ॥
ଜୀବନ କୁ ଆଉ ଟିକେ
ଅଗକୁ ନେବା ର ପର୍ବ
“ବରଷକେ ଥରେ
ଆସିଛି ରଜ” ର
ଗୀତ ରେ ନିଜକୁ
ଭିଜେଇ ଦେବା ର
ରଙ୍ଗ ଉତୁରା ପର୍ବ
ରଜ ପର୍ବ
ପାନ ଖାଇବା ଓ ଖୁଏଇବା
ପାେଡ଼ ପିଠା ର ମୋହ
ଲୁଡ଼ୁ, ତାସ଼ ଓ ବାଗୁଡ଼ି ଖେଳ ରେ
ମସ଼ଗୁଲ଼ ହେବାର
ପ୍ରୀତି ର ଦୋଳି ରେ ଝୁଲିବା ର
ସୁନ୍ଦର ଜହ୍ନରାତି ॥
କୁମାରୀ ମାନଂକ
ଆଗାମୀ ଜୀବନ ପାଇଁ
ତାଲିମ଼ ର କର୍ମଶାଳା
ରଜ ପର୍ବ ॥
ଚକୁଳି ପିଠା ର ଚେଁ ଚାଁ ରେ
ମାଟି ଗନ୍ଧ ରେ ସମର୍ପିତ
ହେଇ ଯିବା ର ବେଳ_
“ଦୋଳି ହୁଏ କଟ କଟ
ମୋ ଭାଇ ମୁଣ୍ଡ ରେ ସୁନା ମୁକୁଟ “
ପରମ୍ପରା କୁ ବାନ୍ଧି ରଖିବା ର
ଗଣ ପର୍ବ
“ଥିରି ଥିରି ଚାଲେ ହାତୀ,
ଥୟ ନ ହେଉଛି କିମ୍ପା ଏ ଛାତି ” ର
ମତୁଆଲା ପଣ ରେ
ଶିର଼ ଶିର଼ ହେଇ ଯିବା
ରଜ ପର୍ବ ॥
ନୂଆ ଶସ୍ୟ ମୁଣ୍ଡ ଟେକିବା ର
ମହା କବି କାଳିଦାସଂକ
‘ମେଘଦୂତ’ ର ବାର୍ତ୍ତା _
“କଟ କଟ ହୁଏ ଦୋଳି
ଭାଉଜଂକ ମନ ଯାଇଛି
ଜଳି ଲୋ
ଭାଇ ବିଦେଶୁ ନଇଁଲେ ବୋଲି “__
ପରିବର୍ତ୍ତିତ ପରିସ୍ଥିତି ରେ
ମ୍ଲାନ ହେଲେ ବି
ମନ ତଳେ ଝର ଝର ବର୍ଷା
ରଜ ପର୍ବ:ଟପ଼ ଟପ଼ ଶଦ୍ଦ
ମଉଜ ର ॥

କୋଲନରା, ରାୟଗଡ଼ା ଜିଲ୍ଲା
ମୋ:୮୯୧୭୩୨୪୫୨୫
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.