ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ବଜାରକୁ ଆସିଲା ବାର୍ବିର ନୂଆ ରୂପ । ଚଳିତ ବର୍ଷ ପ୍ଲାଟିନମ୍ ଜୁବିଲି ପାଳନ କରୁଥିବା ବ୍ରିଟେନ୍ର ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ସମ୍ମାନାର୍ଥେ ତାଙ୍କ ପରି ଦିଶୁଥିବା ବାର୍ବି ଡଲ୍ ତିଆରି କରାଯାଇଛି। ଆଜି କଣ୍ଢେଇ ନିର୍ମାଣକାରୀ କମ୍ପାନି ମ୍ୟାଟେଲ୍ କହିଛି ଯେ, ଟ୍ରିବ୍ୟୁଟ୍ କଲେକସନ୍ ବାର୍ବି ଡଲ୍ ତିଆରି କରି କମ୍ପାନି ରାଣୀଙ୍କ ସିଂହାସନ ଆରୋହଣର ୭୦ ବର୍ଷ ପାଳନ କରୁଛି। ସେ ବାର୍ବିଟି ପିନ୍ଧିଛି ନୀଳ ରଙ୍ଗର କମରପଟି ଥିବା ଧଳା ରଙ୍ଗର ଗାଉନ୍। ଏହାଛଡ଼ା ମୁକୁଟ ମଧ୍ୟ ଉକ୍ତ କଣ୍ଢେଇ ମଥାରେ ଶୋଭା ପାଉଛି।ଆଜି ୯୬ ବର୍ଷରେ ପଦାର୍ପଣ କରିଛନ୍ତି ରାଣୀ ଦ୍ୱିତୀୟ ଏଲିଜାବେଥ୍ । ସେ ୧୯୫୨ ଫେବ୍ରୁଆରି ୬ ତାରିଖ ଦିନ ସିଂହାସନ ଆରୋହଣ କରିଥିଲେ। ବ୍ରିଟିସ୍ ଇତିହାସରେ ସେ ହେଉଛନ୍ତି ସବୁଠୁ ଅଧିକ ବର୍ଷ ଶାସନ କରିଥିବା ରାଣୀ।