କରମତଲାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ 

କଳସ ଶୋଭାଯାତ୍ରାରେ ବିଜେପି ନେତା ସାମିଲ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ କରମତଲା ହାଟପଦା ଠାରେ ୪୦ ପ୍ରହରୀ ନାମଯଜ୍ଞ ଆରମ୍ଭ ହେବା ସହ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗ୍ରାମର ଶତାଧିକ ମହିଳା ପୁରୁଷ ମାନେ ଯଜ୍ଞ ମଣ୍ଡପ ପରିସରରେ ଏକତ୍ରିତ ହୋଇ ଶଙ୍ଖ, ଘଣ୍ଟବାଜା, ସଂକିର୍ତ୍ତନ୍ୟ ମଧ୍ୟରେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଛନଛଡା ସ୍ଥିତ ଲାନ୍ଥ ନଦୀ କୁ ଯାଇ କଳସରେ ପାଣି ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ | ଉକ୍ତ ଯଜ୍ଞକର୍ତ୍ତା ଭାବରେ ଗୌନ୍ତିଆ ତଥା ପୂର୍ବତନ ସରପଞ୍ଚ ରାଜକିଶୋର ସିଂ ବୁଡ଼େକ ତାଙ୍କ ଧର୍ମପତ୍ନୀ ରଞ୍ଜିତା ସିଂ ବୁଡ଼େକ ପୂଜା ଦାୟିତ୍ୱ ତୁଲାଉଥିବା ବେଳେ ପଣ୍ଡିତ ଭାବରେ ଗୋବିନ୍ଦ ଶତପଥି ଓ ଯୁଧିଷ୍ଠିର ହୋତା ଙ୍କ ତତ୍ତ୍ୱବଧାନରେ ପୂଜାର୍ଚ୍ଚନା ଆୟୋଜିତ ହୋଇଥିଲା | ଏହି ଶୋଭାଯାତ୍ରା ସମୟରେ କମିଟିର ସଭାପତି ରାଜନୀକାନ୍ତ ଦାଶ, ସମ୍ପାଦକ ରୁପାଧର ବାଗ, ହରେକୃଷ୍ଣ ବେହେରା, କରମତଲା ସରପଞ୍ଚ ତିଳୋତ୍ତମା ବାଗ, ପ୍ରଦୀପ ବାଗ, ଶେଷଦେବ ରଣା, ବଳରାମ ରଣା, ତପନ ବେହେରା, ସୁପେଦ ବାଗ, ସୁଧୀର ରଣାଙ୍କ ସମେତକମିଟି ସଦସ୍ୟ ଓ ଗ୍ରାମବାସୀ ସାମିଲ ହୋଇଥିଲେ | ଏହି କଳସ ଶୋଭାଯାତ୍ରା ସମୟରେ ଟିଟିଲାଗଡ଼ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ନବୀନ ଜୈନ ମଧ୍ୟ କଳସ ଧରି ନଦୀ ପାଣି ନେବା ପାଇଁ ଯାଇଥିବା ଦେଖିବାକୁ ମିଳିଥିଲା l ଉକ୍ତ ନାମଯଜ୍ଞ ଦୀର୍ଘ ୭ ଦିନ ଧରି ହେବାକୁ ଥିବାବେଳେ ମୀନାବଜାର, କଂସ ଦରବାରର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଲାଗିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.